ଇସଲାମାବାଦ୍,୧୧।୩: ପାକିସ୍ତାନ ପୂର୍ବରୁ ଇରାନ ଉପରେ ଆକ୍ରମଣ କରିବାକୁ ଧମକ ଦେଇଥିଲା। କିନ୍ତୁ ଏବେ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଇରାନର ନୂତନ ନେତା ମୋଜତାବା ଖାମେନେଇଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶଶେହବାଜ ମୋଜତାବାଙ୍କୁ ଅଭିନନ୍ଦନ ଜଣାଇ ଏକ ଚିଠି ତେହରାନ ପଠାଇଛନ୍ତି ଏବଂ ମୋଜତାବାଙ୍କ ପିତା, ଇରାନର ଦିବଂଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ହେବା ଉପରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପୂର୍ବରୁ ପାକିସ୍ତାନ ଉପସାଗରୀୟ ଦେଶଗୁଡ଼ିକ ଉପରେ ଇରାନ ଆକ୍ରମଣକୁ କଡ଼ା ନିନ୍ଦା କରିଥିଲା ଏବଂ ସାଉଦି ଆରବକୁ ସମର୍ଥନ କରି ଇରାନ ଉପରେ ଆକ୍ରମଣ କରିବାକୁ ଧମକ ଦେଇଥିଲା।
ବର୍ତ୍ତମାନ ପାକିସ୍ତାନ ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ହତ୍ୟା ଉପରେ ଦୁଃଖ ପ୍ରକାଶ କରିଛି ଏବଂ ଇସ୍ରାଏଲକୁ କଡ଼ା ସମାଲୋଚନା କରିଛି। ପାକିସ୍ତାନ ଖାମେନେଇଙ୍କ ହତ୍ୟା କିମ୍ବା ଇରାନ ଉପରେ ଆକ୍ରମଣରେ ଆମେରିକାର ସମ୍ପୃକ୍ତି ଉପରେ କୌଣସି ମନ୍ତବ୍ୟ ଦେଇନାହିଁ।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏକ୍ସରେ ଲେଖିଛନ୍ତି,କ୍ଇରାନର ଇସଲାମିକ ଗଣରାଜ୍ୟର ସର୍ବୋଚ୍ଚ ନେତାଙ୍କ ଦାୟିତ୍ୱ ଗ୍ରହଣ କରିବା ପାଇଁ ମୁଁ ଆୟାତୋଲ୍ଲା ମୋଜତାବା ଖାମେନେଇଙ୍କୁ ଅଭିନନ୍ଦନ ଜଣାଉଛି। ତାଙ୍କ ପିତା ଆୟାତୋଲ୍ଲା ଅଲି ଖାମେନେଇ ଏବଂ ପରିବାରର ଅନ୍ୟାନ୍ୟ ସଦସ୍ୟଙ୍କ ସହିଦ ପାଇଁ ମୁଁ ପାକିସ୍ତାନର ଲୋକଙ୍କ ପକ୍ଷରୁ ଗଭୀର ସମବେଦନା ଏବଂ ପ୍ରାର୍ଥନା କରୁଛି। ମୁଁ ନିଶ୍ଚିତ ଯେ ନୂତନ ସର୍ବୋଚ୍ଚ ନେତା ଆଗାମୀ ବର୍ଷଗୁଡ଼ିକରେ ଇରାନକୁ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ଆଡ଼କୁ ନେଇଯିବେ।