Categories: Home Leftଖେଳ

ବ୍ୟାଟିଂ ବେଳେ ଛାତିରେ ଯନ୍ତ୍ରଣା, ହସ୍ପିଟାଲରେ ପାକିସ୍ତାନ ଓପନର

କରାଚୀ, ୨୧ା୧୨ (ପି.ଟି.)- କ୍ୱେଦ୍‌-ଇ-ଟ୍ରଫି ଘରୋଇ କ୍ରିକେଟ ଟୁର୍ନାମେଣ୍ଟରେ ବ୍ୟାଟିଂ କରୁଥିବା ବେଳେ ପାକିସ୍ତାନ ଟେଷ୍ଟ ଓପନର ଆବିଦ ଅଲି ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏଣୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଟୁର୍ନାମେଣ୍ଟରେ ଆବିଦ ସେଣ୍ଟ୍ରାଲ ପଞ୍ଜାବ ଦଳ ତରଫରୁ ଖେଳୁଛନ୍ତି। ମଙ୍ଗଳବାର ୟୁବିଏଲ୍‌ କମ୍ପ୍ଲେକ୍ସରେ ଖାଇବର ପାଖତୁନଖ୍ବା ବିପକ୍ଷ ମ୍ୟାଚ୍‌ରେ ୬୧ ରନରେ ବ୍ୟାଟିଂ କରୁଥିବା ବେଳେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ହସ୍ପିଟାଲରେ ଡାକ୍ତରମାନେ ତାଙ୍କ ଉପରେ ନଜର ରଖିଛନ୍ତି। ଆବିଦ ପ୍ରଥମ ଶ୍ରେଣୀ କ୍ରିକେଟରେ ୯୦୦୦ ରନ ପୂରଣ କରିଛନ୍ତି। ନିକଟରେ ବାଂଲାଦେଶ ଟେଷ୍ଟ ଟୁର୍‌ରେ ପ୍ରଭାବୀ ପ୍ରଦର୍ଶନ କରିବା ପରେ ସେ ସେଣ୍ଟ୍ରାଲ ପଞ୍ଜାବରେ ଯୋଗ ଦେଇଥିଲେ।