Zimbabwe's wicketkeeper Regis Chakabva (L) attempts a run-out of Pakistan's Babar Azam (R) during the second Twenty20 international cricket match between Zimbabwe and Pakistan at the Harare Sports Club in Harare on April 23, 2021. (Photo by Jekesai NJIKIZANA / AFP) (Photo by JEKESAI NJIKIZANA/AFP via Getty Images)
ହାରାରେ,୨୪।୪: ସ୍ଥାନୀୟ ସ୍ପୋଟର୍ସ କ୍ଲବ ଗ୍ରାଉଣ୍ଡରେ ଶୁକ୍ରବାର ଅନୁଷ୍ଠିତ ଲୋ- ସ୍କୋରିଂ ଦ୍ୱିତୀୟ ଟି୨୦ ମ୍ୟାଚ୍ରେ ଜିମ୍ବାଓ୍ବେ ଭ୍ରମଣକାରୀ ପାକିସ୍ତାନକୁ ୧୯ ରନରେ ପରାସ୍ତ କରିଛି। ଟସ୍ ଜିତି ପାକିସ୍ତାନ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଜିମ୍ବାଓ୍ବେ ୨୦ ଓଭରରେ ୯ ଉଇକେଟରେ ୧୧୮ ରନ ସଂଗ୍ରହ କରିଥିଲା। ଜବାବରେ ପାକିସ୍ତାନ ୧୯.୫ ଓଭରରେ ୯୯ ରନ କରି ଅଲଆଉଟ ହୋଇ ପରାସ୍ତ ହୋଇଥିଲା। ୨୬ ବର୍ଷୀୟ ଡାହାଣହାତୀ ଦ୍ରୁତ ବୋଲର ଲୁକ୍ ଜଙ୍ଗଓ୍ବେ ୧୮ ରନ ବ୍ୟୟ କରି ୪ ଉଇକେଟ ଅକ୍ତିଆର କରିବା ସହ ପ୍ଲେୟର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।
୧୧୯ ରନ ଛୋଟିଆ ଟାର୍ଗେଟର ପିଛା କରି ପାକିସ୍ତାନ ନିୟମିତ ଅନ୍ତରରେ ଉଇକେଟ ହରାଇଥିଲା। ଅଧିନାୟକ ବାବର ଆଜମ ସର୍ବାଧିକ ୪୧, ଡାନିସ ଅଜିଜ ୨୨, ମହମ୍ମଦ ରିଜ୍ଓ୍ବାନ ୧୩ ରନ ସଂଗ୍ରହ କରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇଅଙ୍କ ଛୁଇଁପାରି ନ ଥିଲେ। ୩ଜଣ ଦୁଇଅଙ୍କ ଛୁଇଁପାରି ନ ଥିଲେ। ବୋଲିଂରେ ଜିମ୍ବାଓ୍ବେ ତରଫରୁ ଜଙ୍ଗଓ୍ବେ ସର୍ବାଧିକ ୪, ରିଆନ ବୁର୍ଲ ୨, ବ୍ଲେସିଂ ମୁଜାରବାନି ଓ ରିଚାର୍ଡ ଏନ୍ଗାରଭା ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଜିମ୍ବାଓ୍ବେ ମଧ୍ୟ ବଡ଼ ସ୍କୋର ହାସଲ କରିପାରି ନ ଥିଲା। ଦଳ ତରଫରୁ ଓପନର ଟିନାସ କାମୁନହୁକାମଓ୍ବେ ସର୍ବାଧିକ ୩୪, ଟାଡିଓ୍ବାନାଶେ ମାରୁମାନୀ ୧୩, ଓ୍ବେସଲି ମାଧଭେରେ ୧୬, ଉଇକେଟକିପର ବ୍ୟାଟ୍ସମ୍ୟାନ ରେଗିସ ଚକଭା ୧୮, ତାରିସାଇ ମୁସାକାଣ୍ଡା ୧୩ ରନ ସଂଗ୍ରହ କରି ଆଉଟ ହୋଇଥିଲେ। ବୋଲିଂରେ ପାକିସ୍ତାନ ତରଫରୁ ମହମ୍ମଦ ହାସନେନ ଓ ଡାନିଶ ଅଜିଜ ୨ ଲେଖାଏ, ଫହିମ ଆଶ୍ରଫ, ଅର୍ଶାଦ ଇକ୍ବାଲ, ହାରିସ ରୌଫ, ଉସ୍ମାନ କାଦିର ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଜିମ୍ବାଓ୍ବେ ୨୦ ଓଭରରେ ୧୧୮/୯
(ଟିନାସ- ୩୪, ମାରୁମାନି- ୧୩, ମାଧଭେରେ- ୧୬, ଚକଭା- ୧୮, ମୁସାକାଣ୍ଡା- ୧୩, ହାସନେନ- ୨/୧୯, ଡାନିସ- ୨/୨୯)।
ପାକିସ୍ତାନ ୧୯.୫ ଓଭରରେ ୯୯
(ବାବର- ୪୧, ଅଜିଜ- ୨୨, ରିଜଓ୍ବାନ- ୧୩, ଜଙ୍ଗଓ୍ବେ- ୪/୧୮, ରିଆନ ବୁର୍ଲ- ୨/୨୧)।
କ୍ୟାପଶନ: ବାବର ଆଜମଙ୍କୁ ରନ୍ ଆଉଟ କରୁଛନ୍ତି ରେଗିସ ଚକଭା