ଚାଇନା ସହାୟତାରେ ଉପଗ୍ରହ ପ୍ରେରଣ କଲା ପାକିସ୍ତାନ

ବେଜିଂ,୧୯ା୧୦: ଚାଇନା ରବିବାର ପାକିସ୍ତାନର ଏକ ରିମୋଟ୍‌ ସେନ୍ସିଂ ସାଟେଲାଇଟ୍‌କୁ ସଫଳତାର ସହ କକ୍ଷପଥକୁ ପଠାଇଛି। ଏଥିସହିତ ଚାଇନା ନିଜ ଦେଶର ୨ଟି ଉପଗ୍ରହକୁ ମଧ୍ୟ ପ୍ରେରଣ କରିଛି। ଦୁଇ ସହଯୋଗୀ ଦେଶ ମଧ୍ୟରେ ମହାକାଶ ସହଯୋଗ ଅଧିକ ନିବିଡ଼ ହୋଇଛି।

ଚାଇନାର ଲିଜିଆନ୍‌-୧ ଓ୍ବାଇ୮ ରକେଟ ପାକିସ୍ତାନର ରିମୋଟ ସେନ୍ସିଂ ସାଟେଲାଇଟ୍‌ (ପିଆର୍‌ଏସ୍‌ଏସ୍‌-୨) ଏବଂ ଚାଇନାର ଏୟାରସାଟ୍‌ ୦୩ ଏବଂ ୦୪କୁ ଉତ୍ତରପଶ୍ଚିମ ଚାଇନାର ଏରୋସ୍ପେସ୍‌ ପାଇଲଟ୍‌ ଜୋନ୍‌ରୁ ଲଞ୍ଚ୍‌ କରିଥିଲା। ସମସ୍ତ ଉପଗ୍ରହ ସଫଳତାର ସହ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହୋଇଛି। ଗତବର୍ଷ ଚାଇନା ପାକିସ୍ତାନର ଏକ ମଲ୍ଟିମିଶନ ଯୋଗାଯୋଗ ଉପଗ୍ରହକୁ ମହାକାଶକୁ ପଠାଇଥିଲା।