ଓ୍ବାଶିଂଟନ/ଇସଲାମାବାଦ,୧୧ା୪: ଆମେରିକା-ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିର ସମାଧାନ ପାଇଁ ପାକିସ୍ତାନ ମଧ୍ୟସ୍ଥତା କରୁଛି। ଏଥିପାଇଁ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଆମେରିକାର ପ୍ରତିନିଧିମଣ୍ଡଳୀ ସହିତ ପାକସ୍ତାନର ଇସଲାମାବାଦରେ ପହଞ୍ଚିଛନ୍ତି।
ସେ ଆଜି ଅର୍ଥାତ୍ ଇରାନ ସହିତ ଆଲୋଚନାରେ କରୁଛନ୍ତି। ତାଙ୍କ ସହିତ ସ୍ବତନ୍ତ୍ର ଦୂତ ଷ୍ଟିଭ ଓ୍ବିଟକଫ୍ ଏବଂ ଜାରେଡ କୁଶନର ମଧ୍ୟ ଅଛନ୍ତି।
ଶାନ୍ତି ଚୁକ୍ତିନାମା ସମ୍ପର୍କରେ ଇରାନ ଗୁରୁତ୍ୱପୂର୍ଣ୍ଣ ଦାବି ରଖିଛି। ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ଲେବାନନକୁ ଶାନ୍ତି ଚୁକ୍ତିନାମାରେ ସାମିଲ କରିବାକୁ ଦାବି କରିଛି।
ଭାନ୍ସ ଏବଂ ତାଙ୍କ ଆଲୋଚନାକାରୀ ଦଳ ଗତକାଲି ଆମେରିକାରୁ ପାକିସ୍ତାନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ସେ ଯିବା ପୂର୍ବରୁ, ଉପରାଷ୍ଟ୍ରପତି ସାମ୍ବାଦିକମାନଙ୍କୁ କହିଥିଲେ ଯେ ସେ ‘ଆଲୋଚନା ପାଇଁ ଅପେକ୍ଷା କରିଛନ୍ତି’, କିନ୍ତୁ ଯଦି ଇରାନ ‘ଆମ ସହିତ ଖେଳ ଖେଳିବାକୁ ଚେଷ୍ଟା କରେ’ ତେବେ ଆମେରିକା ଗ୍ରହଣ କରିବ ନାହିଁ ବୋଲି ଚେତାବନୀ ଦେଇଥିଲେ।