ପାକିସ୍ତାନ ପୁଣି କଲାଣି ପ୍ରମାଣ ଖୋଜିବାର ଡ୍ରାମା! ମନ୍ତ୍ରୀ ଇସାକ ଡାର କହିଲେ,‘ପହଲଗାମ ଆତଙ୍କବାଦୀ ଆକ୍ରମଣ ପଛରେ PAK ଅଛି ବୋଲି…’

ଇସଲାମାବାଦ,୨୪।୪: ଜମ୍ମୁ-କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଭାରତର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନକୁ ପାକିସ୍ତାନ ଚ୍ୟାଲେଞ୍ଜ କରିଛି। ସେ କହିଛନ୍ତି ଯେ ଯଦି ଭାରତ ପାଖରେ ଆକ୍ରମଣର କୌଣସି ପ୍ରମାଣ ଅଛି, ତେବେ ତାହା ଉପସ୍ଥାପନ କରିବା ଉଚିତ। ଜାତୀୟ ସୁରକ୍ଷା କମିଟି ବୈଠକ ପରେ ଗୁରୁବାର (୨୪ ଏପ୍ରିଲ, ୨୦୨୫) ଏକ ସାମ୍ବାଦିକ ସମ୍ମିଳନୀରେ ଉପ-ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇସାକ ଡାର ଏହା କହିଛନ୍ତି।
ସେ କହିଛନ୍ତି, ‘ଭାରତ ସବୁଥର ପରି ଦୋଷ ଦେଉଛି, ଏଥର ମଧ୍ୟ ସମାନ ଖେଳ ଖେଳିଛି। ଯଦି ଏହାର ପାଖରେ PAKର ସମ୍ପୃକ୍ତିର କୌଣସି ପ୍ରମାଣ ଅଛି, ତେବେ ଏହାକୁ ଆମ ସହିତ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବା ଉଚିତ।’ ତାଙ୍କ ସାମ୍ବାଦିକ ସମ୍ମିଳନୀରେ, ବୈଦେଶିକ ମନ୍ତ୍ରୀ ଡାର NSCର ନିଷ୍ପତ୍ତିଗୁଡ଼ିକୁ ଉଲ୍ଲେଖ କରି କହିଥିଲେ ଯେ PAK ମଧ୍ୟ ଭାରତକୁ ସମାନ ଭାବରେ ଜବାବ ଦେଇଛି। ଏହି ସମୟରେ ତାଙ୍କ ସହିତ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ, ଆଇନ ମନ୍ତ୍ରୀ ଆଜମ ନଜିର ତରାର, ସୂଚନା ମନ୍ତ୍ରୀ ଆତାଉଲ୍ଲାହ ତରାର ଏବଂ ପାକିସ୍ତାନର ଆଟର୍ଣ୍ଣି ଜେନେରାଲ (ଏଜିପି) ମନସୁର ଅୱାନ ମଧ୍ୟ ଉପସ୍ଥିତ ଥିଲେ।
ସେ କହିଥିଲେ, ‘ଆମେ ଜାଣୁ ଯେ ଭାରତୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ ସେମାନଙ୍କୁ ସମର୍ଥନ କରୁଛନ୍ତି ଏବଂ ବିଦେଶୀମାନେ IED (ଇମ୍ପ୍ରୋଭାଇଜଡ ଏକ୍ସପ୍ଲୋସିଭ ଡିଭାଇସ) ରପ୍ତାନି କରିବାକୁ ଚେଷ୍ଟା କରୁଛନ୍ତି। ଆପଣ କଳ୍ପନା କରିପାରିବେ ଯେ ସେମାନେ ସେଗୁଡ଼ିକୁ କେଉଁଠାକୁ ରପ୍ତାନି କରିବାକୁ ଚେଷ୍ଟା କରୁଛନ୍ତି।’ ସେ କହିଛନ୍ତି ଯେ ପାକିସ୍ତାନର ସଶସ୍ତ୍ର ବାହିନୀ ଯେକୌଣସି ଚ୍ୟାଲେଞ୍ଜର ଜବାବ ଦେବାକୁ ପ୍ରସ୍ତୁତ।