‘ମୋ ଭାଇ ଭାରତ ସହିତ ସମ୍ପର୍କ ସୁଧାରିବାକୁ ଚାହୁଁଥିଲେ, ହେଲେ ମୁନିର…’ , ବଡ଼ ଦାବି କଲେ ଇମ୍ରାନ୍‌ଙ୍କ ଭଉଣୀ

ଇସ୍‌ଲାମାବାଦ,୪ା୧୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଭାରତ ସହ ବନ୍ଧୁତା ବଢ଼ାଇବାକୁ ଉଦ୍ୟମ କରୁଥିବାବେଳେ ସେନାମୁଖ୍ୟ ଅସିମ ମୁନିର ଯୁଦ୍ଧ ଲାଳସା ରଖିଥିଲେ। ଇମ୍ରାନ୍‌ଙ୍କ ଭଉଣୀ ଆଲିମା ଖାନ୍‌ ଏହା କହିଛନ୍ତି। ମୁନିର ଜଣେ କଠୋରପନ୍ଥୀ ଇସ୍‌ଲାମୀୟ ଏବଂ ରୁଢ଼ିବାଦୀ ବୋଲି ଆଲିମା ସ୍କାଏ ନ୍ୟୁଜ୍‌କୁ କହିଛନ୍ତି। ଗତ ମେ’ରେ ଭାରତ-ପାକିସ୍ତାନ ଯୁଦ୍ଧ ପଛର କାରଣ ସମ୍ପର୍କରେ ପ୍ରଶ୍ନ ହେବାରୁ ସେ ସବୁ ଦୋଷ ମୁନିରଙ୍କ ଉପରେ ଲଦିଥିଲେ। ତାଙ୍କର ଇସ୍‌ଲାମୀୟ କଠୋରପନ୍ଥୀ ଓ ରକ୍ଷଣଶୀଳତା ତାଙ୍କୁ ଇସ୍‌ଲାମ ଉପରେ ବିଶ୍ୱାସ କରୁନ ଥିବା ଲୋକଙ୍କ ବିରୋଧରେ ଯୁଦ୍ଧ କରିବାକୁ ବାଧ୍ୟ କରୁଥିବା ଆଲିମା କହିଛନ୍ତି। ଇମ୍ରାନ୍‌ ଜଣେ ଉଦାରବାଦୀ। ସେ କ୍ଷମତାକୁ ଆସିବା ପରେ ସବୁବେଳେ ଭାରତ ସହ ବନ୍ଧୁତା କରିବାକୁ ଉଦ୍ୟମ କରିଥିଲେ। ଏପରିକି ଭାଜପା ସହ ମଧ୍ୟ ସେ ବନ୍ଧୁତା ଚାହୁଁଥିଲେ। ସେ ଇମ୍ରାନ୍‌ଙ୍କ ଏକ ସମ୍ପତ୍ତି ବୋଲି କହିବା ସହ ତାଙ୍କ ମୁକ୍ତି ପାଇଁ ପାଶ୍ଚାତ୍ୟ ଦେଶ ଉଦ୍ୟମ କରିବାକୁ ଆଲିମା ନିବେଦନ କରିଛନ୍ତି।

Dharitri – The Largest & Most Trusted Odia Daily