ପାକିସ୍ତାନରେ ସୋସିଆଲ ମିଡିଆ ଉପରେ ଲାଗିଲା ପ୍ରତିବନ୍ଧକ

ଇସଲାମାବାଦ୍‌,୧୬।୪: ପାକିସ୍ତାନରେ ସୋସିଆଲ ମିଡିଆ ସର୍ଭିସେସ୍‌ ଉପରେ ଶୁକ୍ରବାର ସାମୟିକ ପ୍ରତିବନ୍ଧକ ଲାଗିଛି। ଏଥିରେ ଫେସ୍‌ବୁକ୍‌, ଟୁଇଟର୍‌, ହ୍ବାଟ୍ସଆପ୍‌, ୟୁଟ୍ୟୁବ୍‌ ଏବଂ ଟେଲିଗ୍ରାମ ରହିଛି। ପାକିସ୍ତାନ ଟେଲିଗ୍ରାମ ଅଥରିଟୀକୁ ଏହି ସମସ୍ତ ଆପ୍‌ ଏବଂ ଓ୍ବେ୍‌ସାଇଟ୍‌ ବ୍ଲକ କରିବାକୁ ପାକିସ୍ତାନ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଏହି ସବୁ ସୋସିଆଲ ଆପ୍ସ ଗୁଡିକୁ ଦିନ ୧୧ଟାରୁ ୩ ପର୍ଯ୍ୟନ୍ତ ବ୍ଲକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏପରି କାହିଁକି କରାଯାଇଛି ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ।