ପାକିସ୍ତାନକୁ ପାନେ ଦେଲା ଆମେରିକା: ଶେହବାଜଙ୍କ ନିଦ ହଜିଲା

ଓ୍ବାଶିଂଟନ,୧୪।୮:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜିକାଲି ଭାରତ ଉପରେ ରାଗିକି ଅଛନ୍ତି। ସେ ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍‌ ଲାଗୁ କରିଛନ୍ତି, କିନ୍ତୁ ଏହି ସମୟ ମଧ୍ୟରେ ପାକିସ୍ତାନ ସହିତ ତାଙ୍କର ଘନିଷ୍ଠତା ବୃଦ୍ଧି ପାଇଛି। ପାକ ସେନା ମୁଖ୍ୟ ଅସୀମ ମୁନିର ସମ୍ପ୍ରତି ଦୁଇଥର ଆମେରିକା ଗସ୍ତ କରିଥିଲେ। ତଥାପି, ଏହି ସମୟ ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଆମେରିକା ମାନବାଧିକାର ଉଲ୍ଲଂଘନ ଉପରେ ଏକ ବାର୍ଷିକ ରିପୋର୍ଟ ପ୍ରକାଶ କରିଛି। ରଏଟର୍ସ ଅନୁଯାୟୀ, ଏହି ରିପୋର୍ଟ ମାଧ୍ୟମରେ ପାକିସ୍ତାନକୁ କଡ଼ା ସମାଲୋଚନା କରାଯାଇଛି। ଏହା ଦେଖି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ନିଦ ହଜିଛି।

ଆମେରିକା ରିପୋର୍ଟରେ କୁହାଯାଇଛି ଯେ, ପାକିସ୍ତାନ କେବେ କେବେ ମାନବାଧିକାର ଉଲ୍ଲଂଘନ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ। ଏଥିରେ ଭାରତ କଥା ମଧ୍ୟ ଉଲ୍ଲେଖ କରାଯାଇଛି।

ଭାରତ ସମ୍ପର୍କରେ ରିପୋର୍ଟରେ କୁହାଯାଇଛି, ସରକାର ମାନବାଧିକାର ଉଲ୍ଲଂଘନ କରୁଥିବା ଅଧିକାରୀଙ୍କ ବିରୋଧରେ ସର୍ବନିମ୍ନ ବିଶ୍ୱସନୀୟ ପଦକ୍ଷେପ ନେଇଛି। ସେମାନଙ୍କ ବିରୋଧରେ କମ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପାକିସ୍ତାନ ସମ୍ପର୍କରେ କୁହାଯାଇଛି, ସରକାର କ୍ୱଚିତ୍‌ ମାନବାଧିକାର ଉଲ୍ଲଂଘନ କରୁଥିବା ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି। ଏହି ରିପୋର୍ଟ ପାକିସ୍ତାନକୁ ଏକ ବଡ଼ ଝଟକା ଦେବାକୁ ଯାଉଛି।