ଏସିଆ କପ ୨୦୨୩: ଆଜି ନେପାଳକୁ ଭେଟିବ ପାକିସ୍ତାନ

ମୁଲତାନ,୩୦।୮: ଏସିଆ କପ ୨୦୨୩ର ପ୍ରଥମ ମ୍ୟାଚ ବୁଧବାର ଖେଳାଯିବ। ପ୍ରଥମ ମ୍ୟାଚରେ ନେପାଳ ପାକିସ୍ତାନକୁ ଭେଟିବ। ପାକିସ୍ତାନ ଏବଂ ନେପାଳ ମଧ୍ୟରେ ମ୍ୟାଚ ମୁଲତାନରେ ଖେଳାଯିବ। ଏଥି ସହିତ, ଏହି ମ୍ୟାଚ ଭାରତୀୟ ସମୟ ଅପରାହ୍ନ ୩ଟାରୁ ଆରମ୍ଭ ହେବ। ତେବେ ନେପାଳ ବିପକ୍ଷ ମ୍ୟାଚ ପାଇଁ ପାକିସ୍ତାନ ମଙ୍ଗଳବାର ପ୍ଲେ-୧୧ ଘୋଷଣା କରିଛି। ବାବର ଆଜାମଙ୍କ ନେତୃତ୍ୱରେ ପାକିସ୍ତାନୀ ଦଳରେ ଅଲରାଉଣ୍ଡର ଶାଦାବ ଖାନଙ୍କୁ ଉପ-ଅଧିନାୟକ କରାଯାଇଛି।

Share