Categories: Home Leftଖେଳ

ପାକିସ୍ତାନ ଫୁଟବଲରୁ ହଟିବ ଫିଫା ବାସନ୍ଦାଦେଶ

ଲାହୋର,୨୭ା୨: ପାକିସ୍ତାନ ଫୁଟବଲ ଫେଡେରେଶନ (ପିଏଫ୍‌ଏଫ୍‌) କଂଗ୍ରେସ ଏହାର ସମ୍ବିଧାନରେ ସଂଶୋଧନକୁ ମଞ୍ଜୁରୀ ପ୍ରଦାନ କରିଛି। ଏଥିଯୋଗୁ ଫିଫା ପକ୍ଷରୁ କରାଯାଇଥିବା ବାସନ୍ଦାଦେଶ ହଟିବା ଲାଗି ପଥ ପରିଷ୍କାର ହୋଇଛି।

ଏଫ୍‌ଏଫ୍‌ର ଜଣେ ସିନିୟର ଅଧିକାରୀ ସାକିବ ବାଲୋଚ ସ୍ପଷ୍ଟ କରିଛନ୍ତି ଯେ, କଂଗ୍ରେସ ସଦସ୍ୟମାନେ ସାମ୍ବିଧାନିକ ସଂଶୋଧନ କରିବାକୁ ଗୁରୁବାର ନିଷ୍ପତ୍ତି ନେଇଛନ୍ତି। ସମସ୍ତ ପ୍ରକ୍ରିୟା ଶେଷ ହୋଇଛି ଏବଂ କଂଗ୍ରେସ ବୈଠକ ବିବରଣୀ ଫିଫା ନିକଟକୁ ପଠାଯିବ, ଯେଉଁଥିରେ ସମ୍ବିଧାନରେ ସଂଶୋଧନ କରାଯିବା ପରେ ହିଁ ପାକିସ୍ତାନ ଫୁଟବଲ ଉପରୁ ବାସନ୍ଦାଦେଶ ଉଠିବ ବୋଲି କୁହାଯାଇଥିଲା। କଂଗ୍ରେସ ସଦସ୍ୟମାନେ ସମ୍ବିଧାନରେ ଆବଶ୍ୟକୀୟ ସଂଶୋଧନ କରିବାକୁ ମନା କରିବାରୁ ଚଳିତ ମାସରେ ପାକିସ୍ତାନ ଫୁଟବଲକୁ ଫିଫା ପକ୍ଷରୁ ବାସନ୍ଦ କରାଯାଇଥିଲା।