ନୂଆଦିଲ୍ଲୀ,୧୬।୪: ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଘେରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ସେ କହିଛନ୍ତି, ପାକିସ୍ତାନ ନିଜ ଛଳନା ଜାଲରେ ଫସି ଯାଇଛି। ପାକିସ୍ତାନ ତାଲିବାନ ଏବଂ ଅନ୍ୟାନ୍ୟ ପକ୍ଷଗୁଡ଼ିକ ସହିତ ଦୋମୁହାଁ ମାନଦଣ୍ଡ ଗ୍ରହଣ କରିଛି। ଗୁଜରାଟର ଚାରୋତର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟରେ ଏକ ଆଲୋଚନା ଅଧିବେଶନରେ, ବୈଦେଶିକ ମନ୍ତ୍ରୀ ପାକିସ୍ତାନ କିପରି ଆଫଗାନିସ୍ତାନ ପ୍ରତି ଭୁଲ କରିଥିଲା ଏବଂ ନିଜ ଫାଶରେ ଫସି ଯାଇଥିଲା ସେ ବିଷୟରେ କହିଥିଲେ।
ସେ କହିଛନ୍ତି, ପାକିସ୍ତାନ ଡବଲ ଗେମ ଖେଳୁଛି। ପାକିସ୍ତାନ ହିଁ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛି। ପାକିସ୍ତାନ ଦ୍ୱାରା ପ୍ରୋତ୍ସାହିତ ଆତଙ୍କବାଦ ପୁଣି ଥରେ ଫେରି ନିଜ ଦେଶକୁ ଆସୁଛି ଏବଂ ସେମାନଙ୍କୁ କ୍ଷତି ପହଞ୍ଚାଉଛି।
ତହୱୁର ରାଣାଙ୍କ ପ୍ରତ୍ୟର୍ପଣ ସମ୍ପର୍କରେ ସେ କହିଛନ୍ତି , ଆମେ ଆମେରିକା ଏବଂ ଭାରତ ମଧ୍ୟରେ ଆତଙ୍କବାଦ ବିରୋଧୀ ସହଯୋଗକୁ ପ୍ରଶଂସା କରୁଛୁ। ଏହା ପ୍ରକୃତରେ ୨୬/୧୧ ଆକ୍ରମଣର ପୀଡିତମାନଙ୍କୁ ନ୍ୟାୟ ସୁନିଶ୍ଚିତ କରିବା ଦିଗରେ ଏକ ବଡ଼ ପଦକ୍ଷେପ।