ରାଗରେ ଏମିତି କହିଦେଲେ ପାକିସ୍ତାନ ଅଧିନାୟକ: ଅଫ୍‌ ଡେ’ରେ…

କଲମ୍ବୋ,୧୬।୨:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ ଗ୍ରୁପ ପର୍ଯ୍ୟାୟ ମ୍ୟାଚ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା। ଭାରତ ପ୍ରଥମେ ବ୍ୟାଟିଂ କରିବ ଏକ ଦୃଢ଼ ସ୍କୋର କରିଥିଲା, କିନ୍ତୁ ପାକିସ୍ତାନ ପିଛା କରିବାରେ ବିଫଳ ହୋଇଥିଲା ଏବଂ ବଡ଼ ବ୍ୟବଧାନରେ ପରାସ୍ତ ହୋଇଥିଲା। ମ୍ୟାଚ ପରେ ପାକିସ୍ତାନ ଅଧିନାୟକ ସଲମାନ ଆଗା ଖୋଲାଖୋଲି ଭାବରେ ଦଳର ଦୁର୍ବଳତାକୁ ଉଜାଗର କରିଥିଲେ।

ଟିମ ଇଣ୍ଡିଆଠାରୁ ୬୧ ରନର ବିଶାଳ ପରାଜୟ ପରେ ସଲମାନ ଆଗା କହିଥିଲେ, ଆଜି ଆମର ସ୍ପିନରମାନେ ଅଫ୍‌ ଡେ’ରେ ଥିବା ଭଳି ମନେହେଉଥିଲେ। କିଛି କ୍ଷେତ୍ରରେ କାର୍ଯ୍ୟକାରିତାର ଅଭାବ ଥିଲା। ଆମର ସ୍ପିନରମାନଙ୍କ ଉପରେ ଆମର ପୂର୍ଣ୍ଣ ଭରସା ଅଛି, କାରଣ ସେମାନେ ଗତ ଛଅ ମାସ ମଧ୍ୟରେ ଭଲ ପ୍ରଦର୍ଶନ କରିଛନ୍ତି। ଆମେ ପାୱାରପ୍ଲେରେ ବହୁତ ଉଇକେଟ ହରାଇଥିଲୁ, ଯାହା ମ୍ୟାଚ୍‌ର ଟର୍ଣ୍ଣିଂ ପଏଣ୍ଟ ପ୍ରମାଣିତ ହୋଇଥିଲା।

ବିଜୟ ପରେ ମଧ୍ୟ ଟିମ୍‌ ଇଣ୍ଡିଆ ଖେଳାଳିଙ୍କ ମଧ୍ୟରେ ଫାଟ! ଏହି କାରଣରୁ ଯୁକ୍ତିତର୍କ, VIDEO ଭାଇରାଲ୍‌

ଏହି ମ୍ୟାଚ୍‌ରେ ପାକିସ୍ତାନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ଭାରତୀୟ ଦଳ ୨୦ ଓଭରରେ ୧୭୫ ରନର ଏକ ଦୃଢ଼ ସ୍କୋର କରିଥିଲା। ଜବାବରେ, ପାକିସ୍ତାନ ୧୮ ଓଭରରେ ୧୧୮ ରନରେ ଅଲଆଉଟ ହୋଇଯାଇଥିଲା। ଫଳରେ ଭାରତ ୬୧ ରନରେ ବିଜୟ ହାସଲ କରିଥିଲା।

 

Dharitri – Odisha’s No.1 Odia Daily

 

Share