ରମଜାନ ପୂର୍ବରୁ ଦୋହଲିଲା ପାକିସ୍ତାନ, ମସଜିଦରେ ବିସ୍ଫୋରଣ, ୫ ମୃତ

ଇସଲାମାବାଦ,୨୮।୨: ପାକିସ୍ତାନର ଜାମିଆ ହକ୍କାନିଆରେ ଏକ ବୋମା ବିସ୍ଫୋରଣ ଘଟି ୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ପବିତ୍ର ରମଜାନ ମାସ ପୂର୍ବରୁ ଶୁକ୍ରବାର ଉତ୍ତର-ପଶ୍ଚିମ ପାକିସ୍ତାନର ଖୈବର ପଖତୁନଖୱା ପ୍ରଦେଶର ଏକ ତାଲିବାନ ସମର୍ଥକ ମସଜିଦରେ  ବିସ୍ଫୋରଣ ଘଟିଛି।

ରିପୋର୍ଟ ଅନୁଯାୟୀ, ଜିଲା ପୋଲିସ ମୁଖ୍ୟ ଅବଦୁଲ ରସିଦ କହିଛନ୍ତି ଯେ ଏହି ବିସ୍ଫୋରଣ ଖୈବର ପଖତୁନଖୱା ପ୍ରଦେଶର ଆକ୍କୋରା ଖଟ୍ଟକ ଜିଲାରେ ଘଟିଛି। ସେ କହିଛନ୍ତି  ଅଧିକାରୀମାନେ ଏହି ଘଟଣାର ତଦନ୍ତ କରୁଛନ୍ତି ଏବଂ ଆହତମାନଙ୍କୁ ଡାକ୍ତରଖାନାକୁ ନିଆଯାଉଛି। ଏପର୍ଯ୍ୟନ୍ତ କୌଣସି ସଂଗଠନ ଏହି ଆକ୍ରମଣର ଦାୟିତ୍ୱ ନେଇନାହିଁ।

ବିସ୍ଫୋରଣ ଘଟିଥିବା ଜାମିଆ ହକ୍କାନିଆ ମଦ୍ରାସା କ୍ୟାମ୍ପସରେ ପ୍ରାୟ ୪,୦୦୦ ଛାତ୍ର ଅଛନ୍ତି ଯେଉଁମାନଙ୍କୁ ମାଗଣା ଖାଦ୍ୟ ଏବଂ ଶିକ୍ଷା ଯୋଗାଇ ଦିଆଯାଉଛି।