ଭାରତ ଉପରେ ସବୁ ଦୋଷ ଲଦିଲା ପାକିସ୍ତାନ: ଶେହବାଜ କହିଲେ, ଭାରତ କଥାରେ ପଡ଼ି…

ଇସଲାମାବାଦ୍‌,୧୭।୧୦: ତାଲିବାନ ପାକିସ୍ତାନ ପାଇଁ ଏକ କଣ୍ଟା ପାଲଟିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଅସୁବିଧାରେ ପଡ଼ିଛନ୍ତି। ଭାରତ ସମ୍ମୁଖରେ ନିଜକୁ ଦେଖାଇବାକୁ ବିଫଳ ହୋଇଥିବା ପାକିସ୍ତାନ ଏବେ ଆଫଗାନିସ୍ତାନ ଆଗରେ ଆଣ୍ଠୁମାଡ଼ି ବସିଛି। ତାଲିବାନର ନିରନ୍ତର ଆକ୍ରମଣ ପରେ, ଶରିଫ ଏବେ ଆଲୋଚନା କରିବାକୁ ଚାହୁଁଛନ୍ତି। ଏହା ବ୍ୟତୀତ ସେ ପାକିସ୍ତାନ ଉପରେ ଆକ୍ରମଣ ପାଇଁ ଭାରତକୁ ଦାୟୀ କରିଛନ୍ତି।

ଶରିଫ କହିଛନ୍ତି ଯେ ପାକିସ୍ତାନ ଯୁକ୍ତିଯୁକ୍ତ ସର୍ତ୍ତରେ ତାଲିବାନ ଶାସନ ସହିତ ଆଲୋଚନା କରିବାକୁ ପ୍ରସ୍ତୁତ। ବର୍ତ୍ତମାନ, ଉଭୟ ଦେଶ ୪୮ ଘଣ୍ଟାର ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି। ପାକ-ଆଫଗାନ ସୀମା ଉତ୍ତେଜନା ଉପରେ କେନ୍ଦ୍ର କ୍ୟାବିନେଟ ବୈଠକରେ ଉଦବୋଧନ ଦେଇ ଶରିଫ୍‌ କହିଛନ୍ତି ଯେ, ସ୍ଥାୟୀ ଅସ୍ତ୍ରବିରତି ପାଇଁ ବଲ ଏବେ ତାଲିବାନ ଶାସନ କୋର୍ଟରେ ଅଛି।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଆଫଗାନିସ୍ତାନରେ ଆକ୍ରମଣ ପାଇଁ ଭାରତକୁ ଦାୟୀ କରିଛନ୍ତି ସେ କହିଛନ୍ତି, ପାକିସ୍ତାନ ଉପରେ ଆକ୍ରମଣ ଭାରତର ନିର୍ଦ୍ଦେଶରେ ତାଲିବାନ ଶାସନ ଦ୍ୱାରା କରାଯାଇଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତ୍ତାକିଙ୍କ ଗସ୍ତ ସମୟରେ ପାକିସ୍ତାନ ଉପରେ ଆକ୍ରମଣ ହୋଇଥିଲା। ଶାହବାଜ ଏହା ମଧ୍ୟ କହିଥିଲେ ଯେ ପାକିସ୍ତାନ ଶାନ୍ତି ଚାହୁଁଛି। ପାକିସ୍ତାନ ତାର ବୈଦେଶିକ ମନ୍ତ୍ରୀ ଇସାକ ଦାର ଏବଂ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କୁ କାବୁଲ ପଠାଇଛି।

 

Dharitri – Odisha’s No.1 Odia Daily

Share