ଇସଲାମବାଦ,୨୬।୪: ପାକିସ୍ତାନରୁ ଆସିଛି ବଡ଼ ଖବର। ଲାହୋର ବିମାନବନ୍ଦରରେ ଅଗ୍ନିକାଣ୍ଡ ଘଟିଥିବା ଖବର ଆସିଛି। ଏହି କାରଣରୁ ସମସ୍ତ ବିମାନ ଉଡ଼ାଣ ବାତିଲ କରାଯାଇଛି। ସୂଚନା ଅନୁଯାୟୀ, ପାକିସ୍ତାନ ସେନା ବିମାନ ଲାହୋର ବିମାନବନ୍ଦରରେ ଅବତରଣ କରୁଥିଲା। ଏହି ସମୟରେ ଟାୟାରରେ ନିଆଁ ଲାଗିଯାଇଥିଲା। ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଦମକଳ ଗାଡ଼ିକୁ ଡକାଯାଇଥିଲା। ଘଟଣା ପରେ ରନୱେକୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି।
Pakistan Army plane catches fire ଆଲ୍ଲାମା ଇକବାଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଗ୍ନିକାଣ୍ଡର ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅଧିକ ଭାଇରାଲ ହେବାରେ ଲାଗିଛି। ଏଥିରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଧୂଆଁ ଯୋଗୁଁ ବିମାନବନ୍ଦର ପରିସରରେ ଉପସ୍ଥିତ ଲୋକମାନେ କିପରି ଅସୁବିଧାରେ ପଡ଼ିଛନ୍ତି। 32 ସେକେଣ୍ଡର ଏହି ଭିଡିଓରେ ଯାତ୍ରୀମାନେ ଘଟଣା ବିଷୟରେ କଥାବାର୍ତ୍ତା କରୁଛନ୍ତି। କଳା ଧୂଆଁର ଏକ କୁହୁଡି ଚାରିଆଡେ ଅନ୍ଧାର କରୁଥିବାର ଦେଖାଯାଉଛି। ତଥାପି, କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ।