ଅସ୍ତ୍ରବିରତି ଘୋଷଣା କଲେ ପାକିସ୍ତାନ-ଆଫଗାନିସ୍ତାନ

ଇସଲାମାବାଦ,୧୯ା୧୦: ଦୋହାରେ ତୁର୍କି ଓ କତାରର ମଧ୍ୟସ୍ଥତାରେ ବଡ଼ ସଫଳତା ମିଳିଛି। ଅସ୍ତ୍ରବିରତି ପାଇଁ ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ସହମତି ପ୍ରକାଶ ପାଇଛି। ତେବେ ଉଭୟ ଦେଶ ଅସ୍ତ୍ରବିରତି ପାଇଁ ରାଜି ହୋଇଥିବା ଘୋଷଣା କରିଛି କତାର।
ସୀମାରେ ଉତ୍ତେଜନା ହ୍ରାସ ପାଇଁ ଉଭୟ ଦେଶ ମଧ୍ୟରେ ସହମତି ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଆହୁରି ଅଧିକ ବୈଠକ ସହ ଆଲୋଚନା ପାଇଁ ମଧ୍ୟ ରାଜି ହୋଇଛନ୍ତି ଉଭୟ ଦେଶ। ବୈଠକରେ ଉଭୟ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଯୋଗ ଦେଇଥିଲେ।

Dharitri – Odisha’s No.1 Odia Daily

Share