ଶ୍ରୀନଗର,୧୫ା୧: ଅସ୍ତ୍ରବିରତି ଉଲ୍ଲଂଘନ ଏବଂ ସୀମାରେ ଉତ୍ତେଜନା ସୃଷ୍ଟି ନ କରିବାକୁ ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଚେତାବନୀ ଦେବା ସତ୍ତ୍ୱେ ଜମ୍ମୁ-କଶ୍ମୀର ସୀମାରେ ସନ୍ଦିଗ୍ଧ ପାକ୍ ଡ୍ରୋନ୍ ଉଡ଼ୁଥିବା ଦେଖାଯାଇଛି। ସପ୍ତାହେ ମଧ୍ୟ ଏହା ତୃତୀୟ ଘଟଣା।
ସାମ୍ବା ଜିଲା ଅନ୍ତର୍ଗତ ଅନ୍ତର୍ଜାତୀୟ ସୀମା ଏବଂ ରାମଗଡ଼ ସେକ୍ଟରର କେସୋ ମହନସାନ ଗ୍ରାମ ନିକଟରେ ଡ୍ରୋନ୍ ଉଡ଼ୁଥିବା ଜଣାପଡ଼ିବା ପରେ ଉକ୍ତ ଅଞ୍ଚଳରେ ହାଇ ଆଲର୍ଟ ଜାରି ହେବା ସହ ଜବାବୀ ପଦକ୍ଷେପ ନିଆଯାଇଥିଲା। ପୁଞ୍ଚ୍ ଜିଲାର ଡେଗଓ୍ବାର ଗ୍ରାମ ଉପରେ ଡ୍ରୋନ୍ ଭଳି ବସ୍ତୁ ୧୦ ମିନିଟ୍ ପର୍ଯ୍ୟନ୍ତ ଉଡ଼ୁଥିବା ଦେଖାଯାଇଥିଲା। ଏହାକୁ ଖସାଇବା ପାଇଁ ଭାରତୀୟ ସେନା କେତେ ରାଉଣ୍ଡ ଗୁଳି ଚଳାଇଥିଲା।