ମଙ୍ଗଳବାର ଅପହରଣ, ମାମଲା ରୁଜୁର ଅଢ଼େଇ ଘଣ୍ଟାରେ ନାବାଳିକା ଉଦ୍ଧାର; ଅଭିଯୁକ୍ତଙ୍କୁ ବାନ୍ଧି…  

ପାଇକମାଳ,୧୫।୧(ବଡ଼ ଶତପଥୀ): ବରଗଡ ଜିଲା ପାଇକମାଳରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି। ପାଇକମାଳ ଥାନା ହିରାପୁର ଗାଁର ଜଣେ ନିଖୋଜ ନାବାଳିକାଙ୍କ ବିଷୟରେ ଥାନାରେ ରିପୋର୍ଟ ଲେଖାଯିବାର ଅଢେଇ ଘଣ୍ଟା ମଧ୍ୟରେ ପୋଲିସ ନାବାଳିକାକୁ ଉଦ୍ଧାର କରିଥିବା  ଜଣାପଡିଛି।

ପ୍ରାପ୍ତ ସୂଚନା ଅନୁସାରେ, ହିରାପୁର ଗାଁର ଜଣେ ନାବାଳିକା ଗତ ଜାନୁଆରୀ ୧୩ ତାରିଖ ମଙ୍ଗଳବାର ରାତିରୁ ତାଙ୍କ ଘରୁ ନିଖୋଜ ହୋଇଯାଇଥିଲେ। ପରେ ତାଙ୍କ ପରିବାରଲୋକେ ଜାଣିବାକୁ ପାଇଥିଲେ ଯେ ତାଙ୍କ ଗାଁର ରାକେଶ ସର୍ଜାଲ(୨୦)ନାମକ ଜଣେ ଯୁବକ ତାଙ୍କୁ ଅପହରଣ କରି ନେଇଯାଇଥିଲେ। ଏନେଇ ନାବାଳିକାଙ୍କ ବାପା ପାଇକମାଳ ଥାନାକୁ ଆସି ଲିଖିତ ଅଭିଯୋଗ କରିଥିଲେ। ଏହାପରେ ପାଇକମାଳ ପୋଲିସ କେସ ନଂ ୧୫ -ତାରିଖ ୧୪-୧-୨୬ ଧାରା  -୧୩୭(୨) ବିଏନଏସ୍‌ ଆର/ଡବ୍ଳୁ ସେକ୍ସନ ୮  ପୋକ୍ସୋ ଆକ୍ଟରେ ମାମଲା ରୁଜୁ  କରିଥିଲା। ଏହାର ଅଢ଼େଇ ଘଣ୍ଟା ମଧ୍ୟରେ ବୁଧବାର ରାତିରେ ଝାରମୁଣ୍ଡା ଗାଁରୁ ନାବାଳିକାଙ୍କୁ ଉଦ୍ଧାର କରିବାରେ ପୋଲିସ ସଫଳ ହୋଇଛି। ଗୁରୁବାର ଡାକ୍ତରୀ ମାଇନା ପାଇଁ ବରଗଡ଼ ସିଡବ୍ଲୁସିକୁ ପଠାଇଥିବା ବେଳେ ଅଭିଯୁକ୍ତ ରାଜେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ କୈଳାସ ଚନ୍ଦ୍ର ପ୍ରଧାନ କହିଛନ୍ତି।

Dharitri – Odisha’s No.1 Odia Daily

Share