ପାଇକମାଳ, ୨୪।୯(ବଡ ଶତପଥୀ): ପାଇକମାଳ ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ଚେରେଙ୍ଗା ଝାଞ୍ଜ ନିକଟରୁ ଏକ ଗୋରୁ ବୋଝେଇ ଟ୍ରକ ଜବତ କରାଯାଇଛି। ତେବେ ଏକ କଣ୍ଟେନରରେ ଗୋରୁ ବୋଝେଇ ହୋଇ ଆସୁଥିବା ଜାଣି ପୋଲିସ ଚଢ଼ାଉ କରିଥିଲା। ଗାଡ଼ିରୁ ଉଦ୍ଧାର ୮ଟି ବଳଦକୁ ଗନ୍ଧମାର୍ଦ୍ଦନ ଗୋଶାଳାରେ ଛଡ଼ାଯାଇ କଣ୍ଟେନରକୁ ସିଜ୍ କରିଥିବା ଜଣାପଡ଼ିଛି। ଘଟଣାରେ ଅଭିଯୁକ୍ତ ଜିତେନ୍ଦ୍ରକୁମାର, ଗୁଲଜାର ଅହମ୍ମଦ ଓ ଗଣ ଶବର କୁ ଥାନାରେ ଅଟକ ରଖାଯାଇଛି ବୋଲି ପାଇକମାଳ ଥାନା ଅଧିକାରୀ କୈଳାସ ଚନ୍ଦ୍ର ପ୍ରଧାନ ଜଣାଇଛନ୍ତି।