ନୂଆଦିଲ୍ଲୀ,୨୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଉଦି ଆରବରୁ ଫେରିବା ସମୟରେ ପାକିସ୍ତାନୀ ଆକାଶ ସୀମା ବ୍ୟବହାର କରି ନଥିଲେ। ପହଲଗାମ Terror Attack ପରେ ପ୍ରଧାନମନ୍ତ୍ରୀ ମୋଦି ବୁଧବାର (୨୩ ଏପ୍ରିଲ, ୨୦୨୫) ସାଉଦି ଆରବରୁ ଫେରିଥିଲେ। ସେ ମଙ୍ଗଳବାର ସକାଳେ ଦୁଇ ଦିନିଆ ଗସ୍ତରେ ସାଉଦି ଅଭିମୁଖେ ଯାତ୍ରା କରିଥିଲେ। ଏହି ସମୟରେ ଜମ୍ମୁ-କଶ୍ମୀରର ପହଲଗାମର ବୈସାରନ ଘାଟିରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଦୁର୍ଘଟଣାରେ ୨୬ ଜଣ ପ୍ରାଣ ହରାଇଛନ୍ତି। ୨୦୧୯ ପୁଲୱାମା ଆକ୍ରମଣ ପରେ ଏହି Terror Attack ସବୁଠାରୁ ଭୟଙ୍କର ଆକ୍ରମଣ।
ଆକ୍ରମଣ ବିଷୟରେ ସୂଚନା ପାଇବା ମାତ୍ରେ ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତ ମଝିରେ ଶେଷ କରି ଦିଲ୍ଲୀ ଚାଲିଆସିଛନ୍ତି। ଜେଦ୍ଦାରୁ ଫେରିବା ସମୟରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ IF Boeing 777-300 (K7067) ପାକିସ୍ତାନୀ ଆକାଶ ସୀମା ବ୍ୟବହାର କରି ନଥିଲା, ଯେତେବେଳେ କି ଯିବା ସମୟରେ ବିମାନଟି ପାକିସ୍ତାନ ଦେଇ ଯାଇଥିଲା।
ଦିଲ୍ଲୀ ଫେରିବା ପରେ, ପ୍ରଧାନମନ୍ତ୍ରୀ ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲ, ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର ଏବଂ ବୈଦେଶିକ ସଚିବ ବିକ୍ରମ ମିଶ୍ରଙ୍କୁ ଭେଟିଥିଲେ। ଅନ୍ୟପକ୍ଷରେ, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଶ୍ରୀନଗରରେ ଅଛନ୍ତି। ସେଠାରେ ସେ ମୃତ୍ୟୁବରଣ କରିଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଏବଂ ପରେ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ। ଅମିତ ଶାହ ଫେରିବା ପରେ, ସେ ଏବଂ ପ୍ରଧାନମନ୍ତ୍ରୀ ମୋଦି ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି (CCS) ସହିତ ଏକ ବୈଠକ ମଧ୍ୟ କରିବେ।
ଜମ୍ମୁ-କଶ୍ମୀରରେ ଏହି Terror Attackକୁ ନଜରରେ ରଖି ମୋଦିଙ୍କ ରୁଟକୁ ଡାଇଭର୍ଟ କରାଯାଇଥିବା କୁହଯାଇଛି। କାରଣ ଏହି ଘଟଣାରେ ପାକିସ୍ତାନର ହାତ ରହିଛି ବୋଲି ଆଲୋଚନା ହେଉଛି।