ଖଇରା,୯।୧୦(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧିନ ଚାନ୍ଦଗୋଛି ଗ୍ରାମର ପଦ୍ମଲୋଚନ ପତି(୮୭) ଘରେ ଶୋଇଥିବାବେଳେ ସାପ କାମୁଡାରେ ପ୍ରାଣ ହରାଇଛନ୍ତି । ବୁଧବାର ରାତିରେ ଘରେ ଖାଇପିଇ ଶୋଇଥିବାବେଳେ ଏକ ରଣାସାପ ଦଂଶନ କରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଖଇରା ଓ ପରେ ଭଦ୍ରକ ମେଡିକାଲ ନିଆଯାଇଥିଲେ ହେଁ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଉକ୍ତ ପରିବାରକୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।