କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ରବିବାର ବୋରପଦର ପଞ୍ଚାୟତର ଭଟାପଲାଠାରେ ଧାନ ମଣ୍ଡି ଉଦ୍ଘାଟନ ହୋଇଯାଇଛି।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବୋରପଦର ସରପଞ୍ଚ ସୁବାଷ ସାହୁ, ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ଦେବରାଜ ରଣା, ପ୍ରାଥମିକ କୃଷି ସମବାୟ ସମିତି ମୁଖ୍ୟ କାର୍ଯ୍ୟ ନିର୍ବାହୀ ସୁମନ୍ତ କୁମାର ସାହୁ ଓ କ୍ରୟ ଅଧିକାରୀ ଗୁପ୍ତେଶ୍ୱର ରଣା ପ୍ରମୁଖ ଯୋଗ ଦେଇ ଧାନମଣ୍ଡିକୁ ଉଦଘାଟନ କରିଥିଲେ।
ତେବେ ପ୍ରଥମ ଦିନରେ ୯ଜଣ ଚାଷୀଙ୍କ ୩୯୮ କୁଇଣ୍ଟାଲ ଧାନ କ୍ରୟ ହୋଇଥିବା ଜଣାପଡିଛି। ସେହିପରି ରେଗଡା ପଞ୍ଚାୟତ ବିଜାପାଟିରେ ମଧ୍ୟ ଧାନ ମଣ୍ଡିକୁ ସ୍ଥାନୀୟ ସରପଞ୍ଚ ଦିପ୍ତିରାଣି ସାହୁ, କ୍ରୟ ଅଧିକାରୀ ସଞ୍ଜୟ ସାହୁ ଯୋଗଦେଇ ଉଦ୍ଘାଟନ କରିଥିଲେ। ଏଥିରେ ୪ଜଣ ଚାଷୀଙ୍କ ୧୭୬ କୁଇଣ୍ଟାଲ.୭୧ କେଜି ଧାନ କ୍ରୟ ହୋଇଥିବା ସମବାୟ ସମିତି ସଭାପତି ଦେବରାଜ ରଣା ସୂଚନା ଦେଇଛନ୍ତି।