ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ ଗାଁର ଚାଷୀମାନେ ବଲାଙ୍ଗୀର ସିଏସଓ ଅଫିସ ଭିତରେ ଧାରଣା ଦେଇଛନ୍ତି। ୨୨୦ରୁ ଉଦ୍ଧର୍ବ ପଞ୍ଜୀକୃତ ଚାଷୀଙ୍କ ଟୋକନ ଆସିନଥିବା ଅଭିଯୋଗ କରିଛନ୍ତି। ଦୁଇ ମାସରୁ ଉଦ୍ଧର୍ବ ହେଲା ଚାଷୀ ଧାନ ଅମଳ କରି ରଖିଛି । ଯୋଗାଣ ବିଭାଗର ମନମୁଖୀ ଓ ଚାଷୀ ମାରଣ ନୀତି ଯୋଗୁ ଚାଷୀ ହରଡ ଘଣାରେ ପଡିଛି। ବାରମ୍ବାର ସିଏସଓ ଅଫିସକୁ ଆସିଲେ ମଧ୍ୟ ସିଏସଓଙ୍କ ଦେଖା ମିଳୁନାହିଁ। ଏହାର ପ୍ରତିବାଦରେ ଆଜି ବହୁ ଚାଷୀ ସିଏସଓ ଅଫିସ ଭିତରେ ଧାରଣା ଦେଇଛନ୍ତି। ଅନ୍ୟପଟେ ବଲାଙ୍ଗୀର ସିଏସଓ ଜିଲାପାଳ କାର୍ଯ୍ୟାଳୟରେ ଚାଲିଥିବା ବଲାଙ୍ଗୀର ଲୋକ ଉତ୍ସବ ପ୍ରସ୍ତୁତି ବୈଠକରେ ବସିଥିଲେ। ଏହାକୁ ନେଇ ଚାଷୀମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବୈଠକ ପରେ ସିଏସଓ ଦେବବ୍ରତ ମହାପାତ୍ର ଚାଷୀମାନଙ୍କ ସହ ଆଲୋଚନା କରୁଛନ୍ତି।