ସମ୍ବଲପୁର,୧୨।୧୨(ପ୍ରମୋଦ ବହିଦାର): ସମ୍ବଲପୁରରେ ଟୋକନ ମିଳିବା ବିଳମ୍ବକୁ ନେଇ ତାତି ଉଠିଛନ୍ତି ଚାଷୀ। ଉତ୍ତ୍ୟକ୍ତ ଚାଷୀ ଶୁକ୍ରବାର ପୂର୍ବାହ୍ନରୁ ସମ୍ବଲପୁର ସହରର ୨କୁ ନେଇ ଚାଷୀ ଅସନ୍ତୋଷ। ସମ୍ବଲପୁରର ରେମେଡ, ସିନ୍ଦୁରପଙ୍କ ବାଇପାସରେ ଜାତୀୟ ରାଜପଥ(୫୩) ଏବଂ ହୁମା ଛକରେ ରାଜ୍ୟ ରାଜପଥ(୧୫) ଆଦି ୩ଟି ସ୍ଥାନରେ ରାସ୍ତା ଅବରୋଧ କରି ଆନ୍ଦୋଳନ କରିଛନ୍ତି।
ଜିଲା ମୁଖ୍ୟ ଯୋଗାଣ ଅଧିକାରୀ(ସିସିଏସଓ)ଙ୍କ ଠାରୁ ମିଳିଥିବା ତଥ୍ୟ ଅନୁସାରେ, ଜିଲାରେ ଚାଷୀ ଧାନ ବିକ୍ରି ପାଇଁ ୬୪୩୩୦ ଜଣ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ଏପର୍ୟଯନ୍ତ କେବଳ ୬୧୮୯୨ ଜଣ ଚାଷୀଙ୍କ ନାମରେ ଟୋକନ ଜାରି ହୋଇ ସାରିଛି। ସେଥିରୁ ୫୨୫୪୨ଟି ଟୋକନ ଆକ୍ଟିଭିଷ୍ଟ ହୋଇଛି। ମାତ୍ର ଏପର୍ୟଯନ୍ତ ଆକ୍ଟିଭେଟ ହୋଇନଥିବା ଓ ଟୋକନ ପାଇନଥିବା ଅବଶିଷ୍ଟ ପାଖାପାଖି ପ୍ରାୟ ୧୦ ହଜାର ଚାଷୀ ଧାନ ବିକ୍ରି କରି ନ ପାରି ଗୁରୁତର ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରତିବାଦରେ ସମ୍ବଲପୁରରେ ବିଭିନ୍ନ ଚାଷୀ ସଂଗଠନ ରାସ୍ତାକୁ ଓହ୍ଲାଇ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ଜିଲା ସମବାୟ ସମିତି ସମୂହ ଉପ ନିବନ୍ଧକ(ଡିଆରସିଏସ) ଲକ୍ଷ୍ମୀକାନ୍ତ ରାଉତ ଉତ୍ତ୍ୟକ୍ତ ଚାଷୀଙ୍କୁ ବୁଝାଶୁଝା କରି ବିଫଳ ହୋଇଥିଲେ। ଫଳରେ ଚାଷୀଙ୍କ ରାସ୍ତାରୋକୋ ଆନ୍ଦୋଳନ ଅବ୍ୟାହତ ରହିଛି।