Categories: Home Leftଖେଳ

୧୦୦ ଡେଇଁ ପାରିଲାନି ରାଜସ୍ଥାନ

ଶାରଜା,୫।୧୦: କର ବା ମର ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ୧୦୦ ରନ୍‌ ଡେଇଁବାକୁ ଦେଇ ନାହିଁ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ। ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ରୋହିତ ଶର୍ମା। ତାଙ୍କ ନିଷ୍ପତ୍ତିକୁ ସଠିକ୍‌ ପ୍ରମାଣ କରି ଦେଖାଇଛନ୍ତି ଦଳୀୟ ପେସର। ବାରମ୍ବାର ଉଇକେଟ ହରାଇବାରୁ ରାଜସ୍ଥାନ ୨୦ ଓଭରରେ ୯ ଉଇକେଟ ହରାଇ ୯୦ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଦଳର ୪ ବ୍ୟାଟ୍ସମ୍ୟାନଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ନାଥନ କୁଲ୍ଟରନାଇଲ ସର୍ବାଧିକ ୪ ଉଇକେଟ ନେଇଥିବା ବେଳେ ଜେମ୍ସ ନିଶାମ ୩ ଓ ଯଶପ୍ରୀତ ବୁମରା ୨ ଉଇକେଟ ନେଇଥିଲେ।