Categories: Home Leftଖେଳ

ଅବସରରୁ ଫେରିଲେ ଓଜ୍‌ନିଆକି

ନ୍ୟୁୟର୍କ, ୩୦ା୬ (ଏପି): ପୂର୍ବତନ ନମ୍ବର ଓ୍ବାନ ର଼୍ୟାଙ୍କିଙ୍ଗ ଖେଳାଳି ତଥା ୨୦୧୮ ଅଷ୍ଟ୍ରେଲିଆନ ଓପନ ଚାମ୍ପିୟନ ଡେନମାର୍କର କାରୋଲିନ୍‌ ଓଜ୍‌ନିଆକି ଅବସର ନେବାର ୩ ବର୍ଷ ପରେ ପୁଣି ପ୍ରତିଯୋଗିତାମୂଳକ ଟେନିସକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗୁରୁବାର ସେ ତାଙ୍କର ନିଷ୍ପତ୍ତି ଘୋଷଣା କରିଛନ୍ତି। ଏଣେ ୟୁ.ଏସ୍‌. ଓପନରେ ଅଂଶଗ୍ରହଣ ପାଇଁ ତାଙ୍କୁ ଏକ ଓ୍ବାଇଲ୍ଡ କାର୍ଡ ପ୍ରଦାନ କରାଯିବ ବୋଲି ୟୁଏସ୍‌ ଟେନିସ ଆସୋସିଏଶନ ପ୍ରକାଶ କରିଛି। ଗତ ୩ ବର୍ଷ ହେଲା ସେ ଖେଳରୁ ନିଜକୁ ଦୂରେଇ ରଖିଥିଲେ। ପରିବାରକୁ ସମୟ ଦେଇଥିଲେ। ଇତିମଧ୍ୟରେ ସେ ଦୁଇଟି ସନ୍ତାନର ମାତୃତ୍ୱ ଲାଭ କରିସାରିଛନ୍ତି। ତାଙ୍କର ଏବେ ସୁଦ୍ଧା ଲକ୍ଷ୍ୟ ପୁରଣ ହୋଇ ପାରିନି। ତାହା ହାସଲ କରିବାକୁ ହେବ। ବୟସ କିମ୍ବା ଭୂମିକା ତୁମ ସ୍ବପ୍ନ ସାକାର କରିବାରେ ପ୍ରତିବନ୍ଧ ସୃଷ୍ଟି କରି ନପାରେ ବୋଲି ସେ ତାଙ୍କ ପିଲାଙ୍କୁ କରି ଦେଖାଇବାକୁ ଚାହଁାନ୍ତ ବୋଲି ଓଜନିଆକି ଟୁଇଟରରେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଆସନ୍ତା ମାସରେ ୩୩ବର୍ଷ ବୟସରେ ପଦାର୍ପଣ କରିବାକୁ ଥିବା ଓଜନିଆକି ୨୦୨୦ ଅଷ୍ଟ୍ରେଲିଆନ ଓପନ ପରଠାରୁ ଆଉ ଖେଳି ନାହାନ୍ତି।