ଓଲଟିଲା ଟ୍ରକ୍‌: ୮ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ

ଛତ୍ରପୁର,୩୧।୧୦(ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ସୀତାରାମପୁର ନିକଟ ଜାତୀୟ ରାଜପଥରେ ଏକ ଟ୍ରକ୍‌ ଓଲଟି ପଡ଼ିଛି।
ମିଳିଥିବା ସୂଚନା ମୁତାବକ, ସୋମବାର ବିଳମ୍ବିତ ରାତିରେ ଆରଟିଓ ଏନ୍‌ଫୋର୍ସମେଣ୍ଟ ଗାଡି ଚେକିଂ କରୁଥିବା ବେଳେ ହଠାତ ଏକ କାର ବ୍ରେକ ମାରିବାରୁ କାର ପଛରେ ଥିବା  ଟ୍ରକ୍‌  ଓଲଟି ପଡ଼ିଥିଲା।
ଘଟଣାସ୍ଥଳରେ ପୋଲିସ  ପହଞ୍ଚି ଗାଡି ମଧ୍ୟରୁ ସାମଗ୍ରୀ ବାହାର  କରିଥିଲେ। ତେବେ ଗାଡ଼ିରେଥିବା  ୮ ଲକ୍ଷ ଟଙ୍କାର ତେଜରାତି ସାମଗ୍ରୀ ନଷ୍ଟ ହୋଇଯାଇଥିବା ବେଳେ ଡ୍ରାଇଭର ସାଗର ନାୟକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

Share
Tags: ganjam