ଓଲଟିଲା ଯାତ୍ରୀବାହୀ ବସ୍‌: ୨ ମୃତ, ୫ରୁ ଊର୍ଦ୍ଧ୍ୱ ଆହତ

ପାତ୍ରପୁର,୨୦।୧(ଡି.ଏନ୍‌.ଏ.): ଯାତ୍ରୀବାହୀ ମିନି ବସ୍‌ ଓଲଟି ୨ ମୃତ ଓ ୫ରୁ ଅଧିକ ଆହତ ହୋଇଛନ୍ତି। ଏଭଳି ଅଘଟଣ ଘଟିଛି ଗଞ୍ଜାମ ଜିଲା ସୀମାନ୍ତ କାନକଟା ଘାଟିରେ । ଆହତ ବ୍ୟକ୍ତିମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ହେଲେ ସରସ୍ବତୀ ଶବର ଓ ସୁମତି ରଇତା। ବସ୍‌ଟି ରାୟଗଡରୁ ବୁରାତାଲ ଫେରିବା ବେଳେ ଝଗଡ଼ାପଲ୍ଲୀ ପାଖରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଘଟଣାସ୍ଥଳରେ ଖରିଆଗୁଡ଼ା ଫାଣ୍ଡି ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Share