ଓଲଟିଲା ଯାତ୍ରା ପାର୍ଟି ବସ୍‌: ୨୦ରୁ ଅଧିକ କଳାକାର ଆହତ

ଦେବଗଡ,୨।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାରେ ଓପେରା ୱେଷ୍ଟର୍ଣ୍ଣ ଓଡିଶା ଯାତ୍ରା ପାର୍ଟି ବସ ଓଲଟି ୨୦ରୁ ଅଧିକ କଳାକାର ଆହତ ହୋଇଛନ୍ତି । ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ଡଙ୍ଗାପଥର ଘାଟିରେ ଭାରସାମ୍ୟ ହରାଇ ବସ ଓଲଟି ପଡିଥିବା ଜଣାପଡିଛି। ଡଙ୍ଗାପଥର ଗ୍ରାମରୁ ଯାତ୍ରା ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ହୋଇଛି। ବସ୍‌ରେ ଥିବା ସମସ୍ତ କଳାକାର ଆହତ ହୋଇଥିବାବେଳେ କିଛି ଲୋକଙ୍କରସ୍ବୋସ୍ଥ୍ୟବସ୍ଥା ଗୁରୁତର ରହିଛି । ସ୍ଥାନୀୟ ଲୋକ ସମସ୍ତଙ୍କୁ ଉଦ୍ଧାର କରି କଂସର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆହତଙ୍କୁ ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ରିଆମାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

 

Dharitri – Odisha’s No.1 Odia Daily

 

Share