ବାରଙ୍ଗ,୧୯ା୬(ଲିଙ୍ଗରାଜ ରାଉତ): ଗୁରୁବାର ଭୋର୍ରୁ ପାଟପୁର ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି ଦ୍ରୁତଗାମୀ ପାଉଁଶ ବୋଝେଇ ହାଇଓ୍ବା। ସୌଭାଗ୍ୟବଶତଃ ଚାଳକ ଏବଂ ତାଙ୍କର ସହଯୋଗୀ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି।
ପ୍ରକାଶ ଯେ, ଗୁରୁବାର ଭୋର୍ ସମୟରେ ତ୍ରିଶୂଳିଆ ବାଙ୍କୀ ମୁଖ୍ୟ ରାସ୍ତାରେ ତ୍ରିଶୂଳିଆ ଅଭିମୁଖେ ଦ୍ରୁତଗତିରେ ଓଡି ୦୨ସିଏଫ୍ ୪୧୭୮ ନମ୍ବର ଏକ ପାଉଁଶ ବୋଝେଇ ହାଇଓ୍ବାଟି ଆସୁଥିଲା। ପାଟପୁରଗ୍ରାମ ନିକଟରେ ପହଞ୍ଚିଥିବା ବେଳେ ଭାରସାମ୍ୟ ହରାଇ ମୁଖ୍ୟ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ସୌଭାଗ୍ୟବଶତଃ କାହାର କିଛି ହୋଇ ନ ଥିଲା। ଖବରପାଇ ବାରଙ୍ଗ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିଟିକୁ ଜବତ କରିବା ସହ ଚାଳକ ଓ ତା’ର ସହଯୋଗୀଙ୍କୁ ଅଟକ ରଖିଛି।