Montreal, Canada - 28 February 2018: Stacked cryptocurrency coins (Bitcoin, Ethereum, Litecoins)
ନୂଆଦିଲ୍ଲୀ, ୧୯।୧୦: ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ସାଇବର ଅପରାଧୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଜାଲରେ ଫସିଛନ୍ତି ଏକ ହଜାର ପୋଲିସ ଅଧିକାରୀ। ଗୁରୁବାର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଘଟଣାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସଟିଏଫ) ସୂଚନା ଅନୁଯାୟୀ ମିଛ କ୍ରିପ୍ଟୋ କରେନ୍ସି ନିବେଶ କରିବାକୁ କହି ଅପରାଧୀ ଜଣକ ପୋଲିସ କର୍ମଚାରୀ ମାନଙ୍କୁ ଚୁନ ଲଗାଇଥିଲେ, କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକ ପୋଲିସ ଅଧିକାରୀ ମୋଟା ଅଙ୍କର ଲାଭ ମଧ୍ୟ କରିଥିଲେ ଏବଂ ସେମାନଙ୍କ ସହିତ ଅନ୍ୟ ନିବେଶକଙ୍କୁ ଯୋଡିଥିଲେ।
ପୋଲିସ ସୂଚନା ଅନୁଯାୟୀ ସାଇବର ଅଧିକାରୀ ଜଣକ ଲକ୍ଷାଧିକ ଲୋକଙ୍କୁ ଠକେଇ କରିଛି, ଯେଉଁଥିରେ ଅନେକ ଆଇଡି ଜଣେ ଲୋକଙ୍କର ଅଟେ। ଯୋଜନାବଧ ଭାବରେ ଏହି ଲୋକମାନେ ନିବେଶକଙ୍କୁ ଆକୃଷ୍ଟ କରିବାକୁ ଅଧିକ ଲାଭର ଆଶା ଦେଖାଇଥିଲେ। ଏହାର ପୋଲିସ କର୍ମୀ, ଶିକ୍ଷକ ଏବଂ ଅନ୍ୟମାନେ ଯୋଡିହୋଇଥିଲେ। ତେବେ ଏଥିରେ ସାମିଲ ଅଧିକାଂଶ ପୋଲିସ ଅଧିକାରୀଙ୍କୁ କ୍ଷତି ସହିବାକୁ ପଡିଥିଲା।
ଜଣେ ପୋଲିସ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, ଏହି ଯୋଜନାରେ ସାମିଲ କିଛି ପୋଲିସ ଅଧିକାରୀ ସ୍ବେଛାକୃତ ଅବସର ନେଇଛନ୍ତି। ଘଟଣା ସମ୍ପର୍କରେ ପୋଲିସ ଡିଜି ସଞ୍ଜୟ କୁଣ୍ଡୁ କହିଛନ୍ତି ଯେ, ଏହି ଠକାମିରେ ସାମିଲ ଥିବା ସମସ୍ତ ଅପରାଧୀଙ୍କୁ ଆମେ ଗିରଫ କରିବୁ।