ଭଞ୍ଜନଗର,୨୬ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ବୁଧବାର ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଏଥିରେ କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଆମ ସମ୍ବିଧାନ ଆମ ସ୍ବାଭିମାନ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଆମ ଦେଶ ହେଉଛି ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ର ରାଷ୍ଟ୍ର। ଆମ ଦେଶର ସମ୍ବିଧାନ ମଧ୍ୟ ବିଶ୍ୱର ସବୁଠୁ ଶ୍ରେଷ୍ଠ ସମ୍ବିଧାନ। ଯାହା ଆମ ପାଇଁ ଗର୍ବର ବିଷୟ। ସଭାରେ ଯୋଗଦେଇ ବକ୍ତାମାନେ ତାହା ମତବ୍ୟକ୍ତ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପ୍ରଶାସନିକ ଅଧିକାରୀ ବିଭାସ ଦାସ, ପ୍ରାଧ୍ୟାପକ କୁମୁନ୍ଦ ଚନ୍ଦ୍ର ମହାପାତ୍ର, ଅଧ୍ୟାପକ ଡ. ରବୀନ୍ଦ୍ର କୁମାର ମିଶ୍ର, ଦୁର୍ଗା ପ୍ରସାଦ ସାହୁ, ଡ. ସୁନାମ ପାତ୍ର, ବିଜୟ ମଲ୍ଲିକ, ଦିଗନ୍ତ ଜେନା, ଆର୍ ହରିଶ କୁମାର, ବୁଦ୍ଧିବନ୍ତ ବରିହା ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ଅଧ୍ୟାପିକା ଶେଫାଳି ପଟ୍ଟନାୟକ ସଭାକୁ ସଂଯୋଜନା କରିଥିଲେ। ଜାତୀୟ ସେବା ଯୋଜନା ଅଧିକାରିଣୀ ସସ୍ମିତା କୁମାରୀ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଜାତୀୟ ସେବା ଯୋଜନା ଶାଖା ୧ ଅଧିକାରୀ ବି ପ୍ରଧାନ, ଏନ ସିସି ଆର୍ମି ଓ୍ବିଙ୍ଗ୍ ସିଟିଓ ଅର୍ପଣ ପ୍ରଧାନ, ଏନ୍ସିସି ନାଭାଲ ଓ୍ବିଙ୍ଗ୍ ସିଟିଓ ବିଭୂତି ଗୌଡ଼, ଯୁବ ରେଡକ୍ରସ ଅଧିକାରୀ ବିଦେଶୀ ରାଉତ, ଅଧ୍ୟାପିକା ଜ୍ୟୋତିର୍ମୟୀ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।