ବଲାଙ୍ଗୀର,୨୪।୮(ସୁନିଲ ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ଼ ତୃତୀୟ ବାଟାଲିୟନରେ କାର୍ଯ୍ୟରତ OSAP ଯବାନଙ୍କ ମତ୍ୟୁ ଘଟିଛି। ନୂଆଁଖାଇ ପାଇଁ ଘରକୁ ଆସିଥିବା ବେଳେ ହଠାତ୍ ମତ୍ୟୁ ହୋଇଥିବା ଅଭିଯୋଗ ହେଉଛି। ଏଭଳି ଘଟଣା ଘଟିଛି ବେଲପଡ଼ା ଥାନା ଅଧୀନରେ। ମୁଣ୍ଡାଗାଁରେ ମୃତ ଯବାନଙ୍କ ଘର, ଯେଉଁଠି ପୁଅର ମୃତଦେହକୁ ଦେଖି ବାହୁନି ବାହୁନି କାନ୍ଦୁଛି ମା’। ତେବେ ସେ TB ରୋଗରେ ଆକ୍ରାନ୍ତ ଥିବା ସ୍ତ୍ରୀ ଥାନାରେ ଜଣାଇଛନ୍ତି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୋଲସ କହିଛି।