ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଙ୍ଘ ପେନସନର୍ସ ଭେଲିଡେସନ ଆକ୍ଟ ୨୦୨୫ କୁ ବିରୋଧ କରିଛି। ଉକ୍ତ ଆକ୍ଟ ବିରୁଦ୍ଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ ବୁଧବାର ଭଞ୍ଜନଗର ଉପ ଜିଲାପାଳଙ୍କ ଅନୁପସ୍ଥିତିରେ ଡେପୁଟୀ କଲେକ୍ଟର ରଚିତା ମହାପାତ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।
ଦାବିପତ୍ର ପ୍ରଦାନ ସମୟରେ ସଂଘ ସଭାପତି ବିଭୂତି ଭୂଷଣ ଜେନା, ସମ୍ପାଦକ ସୁବଳ ଚନ୍ଦ୍ର ଭୂୟାଁ, ଉପସଭାପତି ପର୍ଶୁରାମ ସ୍ୱାଇଁ, ଜଗବନ୍ଧୁ ଜେନା, ସୁବାସ ଚନ୍ଦ୍ର ତାରିଣୀ, ସନ୍ତୋଷ କୁମାର ଜେନା, ଶୁଳପାଣି ଶତପଥୀ, କୃତ୍ତିବାସ ବିଶ୍ୱାଳ, ଶିବରାମ ପଣ୍ଡା, ଡ. ପୂର୍ଣଚନ୍ଦ୍ର ତ୍ରିପାଠୀ, ଅମର ବିଳାସ ବେହେରା, ରାଜକୁମାର ସାହୁ, ରିତାରାଣୀ ମହାପାତ୍ର, ସୂର୍ଯ୍ୟମଣୀ ବେହେରା, ସୁକାନ୍ତି ପ୍ରଧାନ, ବାସନ୍ତୀ ପାଣିଗ୍ରାହୀ, ଗଣେଶ ଚନ୍ଦ୍ର ପଣ୍ଡା, ରମେଶ ଚନ୍ଦ୍ର ଗୌଡ଼, କବିରାଜ ପୋଲେଇ, ବୃନ୍ଦାବନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ଦାବୀ ସମ୍ବଳିତ ପତ୍ର ପାଠ ପରେ ତାହାକୁ ସର୍ବ ସମ୍ମୁଖରେ ଦାହ କରାଯାଇଥିଲା । ଏଥିସହ ଉପ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ସଭା ହୋଇଥିଲା। ଏଥିରେ ପେନସନ ମାରଣ ନୀତିକୁ ନିନ୍ଦା କରାଯାଇଥିଲା ।