ଟେନସା,୮।୨(ସମୀର କୁମାର ପାୀ): ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ କାଲଟା ପଞ୍ଚାୟତ ନିକଟ ପୁଣ୍ଢି ପୋଖରୀ ଅଞ୍ଚଳରେ ଶନିବାର ଅଫିମ ଚାଷ ନେଇ ଚଢ଼ାଉ କରାଯାଇଥିଲା। ୩୦ଲକ୍ଷ ଟଙ୍କାର ଅଫିମ ଗଛ ନଷ୍ଟ କରିବା ସହ ଦୁଇଜଣ ବଳରାମ ମୁଣ୍ଡାରୀ(୩୨) ଓ ବୁଦରାମ ହରେ(୨୩)ଙ୍କୁ ପୋଲିସ ଗିରଫ କରିଥିଲା।
ସନ୍ଧ୍ୟାରେ କୋଇଡା ଡାକ୍ତରଖାନାରେ ସ୍ବାସ୍ଥ୍ୟ ପରୀକ୍ଷା ସମୟରେ କୌଶଳକ୍ରମେ ବଳରାମ ମୁଣ୍ଡାରୀ ଫେରାର ହେବାରେ ସକ୍ଷମ ହୋଇଥିଲେ । ବଳରାମ ଦୌଡ଼ିବା ବେଳେ ପୋଲିସ ପକ୍ଷରୁ ୪ରାଉଣ୍ଡ ଗୁଳିଚାଳନା କରାଯାଇଥିଲା। ହେଲେ ପୋଲିସ ତାଙ୍କୁ କାବୁ କରିବାରେ ସକ୍ଷମ ହୋଇ ପାରି ନ ଥିଲା ।
ଏତେ ସୁରକ୍ଷା ବଳୟ ଥାଇ ମଧ୍ୟ କିପରି ଅଭିଯୁକ୍ତ ଫେରାର ହୋଇଗଲେ ତାହା କୋଇଡାବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବଣାଇର ପୂର୍ବତନ ବିଧାୟକ ଭୀମସେନ ଚୌଧୁୁରୀଙ୍କୁ ପଚାରିବାରୁ ସେ କହିଲେ, ପୋଲିସ ହାତରୁ ଅଭିଯୁକ୍ତ ଫେରାର ହେବା ବଡ଼ ଦୁଃଖର ବିଷୟ। ପୋଲିସର ନିଷ୍କ୍ରିୟତା ଓ ଅବହେଳା ଯୋଗୁ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି।
ଏ ନେଇ ଆମେ ବଣାଇ ଉପଖଣ୍ଡୟ ପୋଲିସ ଅଧିକାରୀ ରାମଚନ୍ଦ୍ର ବିଶ୍ୱାଳଙ୍କୁ ପଚାରିବାରୁ କହିଲେ ଯେ ମେଡିିକାଲରୁ ଡେଇଁ ପଳାଇଗଲେ। ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଧରାଯିବ ।
Dharitri – Odisha’s No.1 Odia Daily