ନୂଆଦିଲ୍ଲୀ,୨୫।୭: ସିଡିଏସ ଜେନେରାଲ ଅନିଲ ଚୌହାନ ଶୁକ୍ରବାର ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ‘ଅପରେଶନ ସିନ୍ଦୂର’ ଏବେ ବି ଚାଲିଛି ଏବଂ ସେନାକୁ ସବୁବେଳେ ସର୍ବାଧିକ ସତର୍କ ରହିବାକୁ ପଡିବ। ଯୁଦ୍ଧ ପାଇଁ ଶସ୍ତ୍ର (ଅସ୍ତ୍ର) ଏବଂ ଶାସ୍ତ୍ର (ଜ୍ଞାନ) ଉଭୟ ଆବଶ୍ୟକ। ସେନା ସମସ୍ତ ପରିସ୍ଥିତିରେ 24×7, ୩୬୫ ଦିନ ପ୍ରସ୍ତୁତ ରହିବା ଉଚିତ। ଆଜିର ଯୁଦ୍ଧ ପାରମ୍ପରିକ ଏବଂ ଆଧୁନିକ ପଦ୍ଧତିର ମିଶ୍ରଣ, ଯେଉଁଥିରେ ଗତିଜ (ଅସ୍ତ୍ର ଆଧାରିତ) ଏବଂ ଅଣ-ଗତିଜ (ସୂଚନା ଆଧାରିତ) ରଣନୀତି ଉଭୟ ଅନ୍ତର୍ଭୁକ୍ତ। ଏହା ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପିଢ଼ିର ଯୁଦ୍ଧ କୌଶଳର ସମନ୍ବୟ।
କେନ୍ଦ୍ର ସରକାର ସଂସଦରେ କହିଥିଲେ,ଅପରେଶନ ସିନ୍ଦୂର ମେ ୭ ତାରିଖରେ ଆରମ୍ଭ ହୋଇଥିଲା, ଯାହା ଏପ୍ରିଲ ୨୨ ରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତର ପ୍ରତିଶୋଧ ଥିଲା। ରାଜ୍ୟ ସଭାରେ, ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ କହିଥିଲେ, ଏହି ଅପରେଶନ ଆତଙ୍କୀ ଭିତ୍ତିଭୂମିକୁ ନଷ୍ଟ କରିବା ଏବଂ ଆତଙ୍କବାଦୀଙ୍କୁ ହତ୍ୟା କରିବା ଉପରେ କେନ୍ଦ୍ରିତ ଥିଲା।
ଅପରେସନ ସିନ୍ଦୂର ଅନ୍ତର୍ଜାତୀୟ ଚାପରେ ଆରମ୍ଭ କରାଯାଇଥିଲା କି ପ୍ରଶ୍ନରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସ୍ପଷ୍ଟ କରିଥିଲା,ଏହା ଭାରତର ସ୍ବତଃସ୍ଫୂର୍ତ୍ତ ଏବଂ ଦୃଢ଼ ପ୍ରତିକ୍ରିୟା ଥିଲା। ପାକିସ୍ତାନ ଭାରତୀୟ ନାଗରିକ ଏବଂ ସାମରିକ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଭାରତର ସେନା ସମସ୍ତ ବଡ଼ ଆକ୍ରମଣକୁ ବିଫଳ କରିଥିଲା।
ଅପରାଧାନ ସିନ୍ଦୂର ଅଧୀନରେ, ଭାରତ ପାକିସ୍ତାନ ଏବଂ ପିଓକେରେ ଅବସ୍ଥିତ ଜୈଶ-ଏ-ମହମ୍ମଦ, ହିଜବୁଲ ମୁଜାହିଦ୍ଦିନ ଏବଂ ଲସ୍କର-ଏ-ତୋଇବା ଭଳି ଆତଙ୍କବାଦୀ ସଂଗଠନର 9 ଟି ଆତଙ୍କବାଦୀ ଶିବିରକୁ ନଷ୍ଟ କରିଦେଇଥିଲା ଏବଂ ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲା। ଭାରତ ମଧ୍ୟ ପାକିସ୍ତାନୀ ବାୟୁସେନା ଏବଂ ସାମରିକ ଘାଟି ଉପରେ ଆକ୍ରମଣ କରିଥିଲା, ବିଶେଷକରି ଯେତେବେଳେ ପାକିସ୍ତାନ ଭାରତୀୟ ସାମରିକ ଏବଂ ସାଧାରଣ ଟାର୍ଗେଟ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା।