ନୂଆଦିଲ୍ଲୀ, ୭।୫: ଭାରତ ସେନାର ସର୍ଜିକାଲ ଷ୍ଟ୍ରାଇକ ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତୋଇବାର ଆତଙ୍କବାଦୀ ଆଡ୍ଡା ଉପରେ କରିଥିବା ଆକ୍ରମଣ ପରେ ଚାଇନା ତା’ର ପୂର୍ବ ନୀତିରୁ ଓଲଟି ପାକିସ୍ତାନକୁ ସଂଯମ ରହିବା ପାଇଁ ପରାମର୍ଶ ଦେଇଛି। ପୂର୍ବରୁ ପାକିସ୍ତାନର ସମର୍ଥନ କରୁଥିବା ଚାଇନା ଏବେ ଯୁଦ୍ଧର ସମ୍ଭାବନାକୁ ନେଇ ଚିନ୍ତିତ ବୋଲି ଜଣାପଡ଼ିଛି।