Operation Sindoor: ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ ପରେ ବନ୍ଦ ହେଲା ବିମାନ ଉଡାଣ, ଜାଣି ନିଅନ୍ତୁ କେମିତି କରିବେ ଯାତ୍ରା

ନୂଆଦିଲ୍ଲୀ,୭।୫: ସମୟ ରାତି ପ୍ରାୟ ୧ଟା ୫୪। ଭାରତର ଆରମ୍ଭ କଲା ‘ଅପେରସନ ସିନ୍ଦୂର’ । ପାକିସ୍ତାନ ଭିତରେ ଆତଙ୍କବାଦୀଙ୍କ ଶିବିର ଉପରେ ବର୍ଷିଲା ବୋମା । ଘନ ଘନ ମିଶାଇଲ ମାଡରେ ଧ୍ୱଂସ ହୋଇଗଲା ଆତଙ୍କୀ ଗଡ଼ । ପାକିସ୍ତାନ ଓ ପିଓକେରେ ଆତଙ୍କବାଦୀଙ୍କ ଠିକଣା ଉପରେ ଯେଉଁଠୁ ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ କରୁଥିଲେ ଓ ଯୋଜନା ପ୍ରସ୍ତୁତ କରୁଥିଲେ ସେସବୁକୁ ଟାର୍ଗେଟ କରିଛି ଭାରତୀୟ ସଶସ୍ତ୍ର ବଳ । ଟାର୍ଗେଟରେ ଥିଲା ଜୈସ-ଏ-ମହମ୍ମଦ ଓ ଲସ୍କର-ଏ-ତୋଇବାର ଆଡ୍ଡା । ମୋଟ ୯ଟି ଠିକଣାରେ ପ୍ରଚଣ୍ଡ ଆକ୍ରମଣ କରିଛି ଭାରତୀୟ ବାୟୁସେନା। ଏଥିରେ ଅନେକ ଆତଙ୍କବାଦୀ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି ।
ତେବେ ପହଲାଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବକୁ ଯୋଜନା କରି ଶେଷରେ ଏମିତି କାର୍ଯ୍ୟାନୁଷ୍ଠାନ ନେଇଛି ଭାରତ। ଏବେ ଏହି ଆକ୍ରମଣ ପରେ ଭାରତର ପ୍ରାୟ ୯ଟି ବିମାନବନ୍ଦରରେ ଉଡ଼ାଣ ବନ୍ଦ ହୋଇଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଉଡ଼ାଣ ବନ୍ଦ କରିଛି ଏଆର ଇଣ୍ଡିଆ। କେବଳ ସେତିକି ନୁହେଁ ଏୟାର ଇଣ୍ଡିଆ ଏକ୍ସପ୍ରେସ ମଧ୍ୟ ଉଡ଼ାଣ ବନ୍ଦ କରିଛି। ଜାମ୍ମୁ, ଶ୍ରୀନଗର, ଲେହ, ଯୋଧପୁର, ଅମୃତସରକୁ ଉଡ଼ାଣ ବନ୍ଦ କରାଯାଇଛି। ଭୁଜ, ଜାମନଗର, ଚଣ୍ଡିଗଡ଼, ରାଜକୋଟକୁ ଉଡ଼ାଣ ବନ୍ଦ କରାଯାଇଥିବା ବେଳେ ଅମୃତସର ଆସିବାକୁ ଥିବା ବିମାନକୁ ବି ରଦ୍ଦ କରାଯାଇଥିବା ଜଣାପଡିଛି।

Share