ଅପରେଶନ ଅନ୍ବେଷଣ: ୨ ଦିନରେ ୨୫ ଶିଶୁ, ୩୨ ମହିଳା ଉଦ୍ଧାର

ଛତ୍ରପୁର,୨୦।୮(ସନ୍ତୋଷ ପାଢ଼ୀ): ଗଞ୍ଜାମ ପୋଲିସ ଜିଲାକୁ ସୋମବାର ଠାରୁ ଆରମ୍ଭ ହୋଇଛି ଅପରେଶନ ‘ଅନ୍ବେଷଣ’। ଏହି ଅଭିଯାନରେ ନିଖୋଜ ଶିଶୁ ଓ ମହିଳାଙ୍କୁ ଉଦ୍ଧାର କରାଯାଉଛି ଗଞ୍ଜାମ ପୋଲିସ ଜିଲାରେ ଦୁଇ ଦିନରେ ୫୭ ଜଣ ଉଦ୍ଧାର ହୋଇଛନ୍ତି । ସେଥିମଧ୍ୟରେ ୨୫ ନାବାଳିକା/ନାବାଳକ ଏବଂ ୩୨ ଜଣ ମହିଳା ରହିଛନ୍ତି । ଉଦ୍ଧାର ପରେ ପୋଲିସ ସେମାନଙ୍କୁ ପରିବାରକୁ ହସ୍ତାନ୍ତର କରିଛି। ଏହି ଅଭିଯାନ ଏକ ସପ୍ତାହ ଧରି ଚାଲିବ ବୋଲି ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର କହିଛନ୍ତି।

Share