କର୍ଲାମୁଣ୍ଡାରେ ଖୋଲିଲା ମଣ୍ଡି, ପ୍ରଥମ ଦିନରେ କ୍ରୟ ହେଲା…

କର୍ଲାମୁଣ୍ଡା/ରିଷିଡ଼ା,୧୧ା୧୨(ପ୍ରଦୀପ କୁମାର ସାହୁ/ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳରେ ଚଳିତ ବର୍ଷ ଖରିଫ୍‌-୨୫ର ପ୍ରଥମ ଧାନମଣ୍ଡି କର୍ଲାମୁଣ୍ଡା ପାଣିପଞ୍ଚାୟତସ୍ଥିତ ପଡ଼ିଆଠାରେ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ଏଥିରେ କର୍ଲାମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସୁଚରିତ୍ରା ମୁଗ୍ରୀ, ଆରଆଇ ଶାଶ୍ୱତ ମିଶ୍ର, ପ୍ୟାକ୍ସ ସଭାପତି ଇନ୍ଦୁମତୀ ଭୋଇ, ସମ୍ପାଦକ ଭବାନୀ ଶଙ୍କର ସାହୁ, ପ୍ୟାକ୍ସ ଧାନକ୍ରୟ ଅଧିକାରୀ ଅଚିନ ଷଡ଼ଙ୍ଗୀ, ଆରଏମ୍‌ସି ଷ୍ଟାଫ୍‌ ଜଗନ୍ନାଥ ସୁନା, ଆଦିବାସୀ ଯୁବଚାଷୀ ନେତା ନନ୍ଦୀ କିଶୋର ଭୋଇ, ଭାଜପା ମଣ୍ଡଳ ସଭାପତି ଡୋଲାମଣି ଭୋଇ , ଅଧ୍ୟକ୍ଷତାରେ ଉଦ୍‌ଘାଟନ କରିଥିଲେ। ଏଥିରେ ଓଜନ ମାପକ ଯନ୍ତ୍ର, ଆର୍ଦ୍ରତା ପରିମାପକ ଯନ୍ତ୍ର, ଧାନ ବସ୍ତାରେ ଧୂପ, ଦୀପ, ଫୁଲ ଚନ୍ଦନ ଦେଇ ନାରିକେଲ ଭାଙ୍ଗି ପୂଜାର୍ଚ୍ଚନା କରିଥିଲେ। ଦୀନବନ୍ଧୁ ସାହୁ, ରଶ୍ମୀରଞ୍ଜନ ସାହୁ, ଚିତ୍ରସେନ ସାହୁ, ପ୍ରେମାନନ୍ଦ ସାହୁ, ଭରତ ବେହେରା, ଆନନ୍ଦ ସାହୁ, ସେହିପରି ତେରେ ସିଂହା ଧାନମଣ୍ଡି ମଧ୍ୟ ଉଦ୍‌ଘାଟନ ହୋଇଯାଇଛି। ଏଥିରେ ରିଷିଡ଼ା ପ୍ୟାକ୍ସ ସମ୍ପାଦକ ଗୋଲାପ ଚନ୍ଦ୍ର ରଣା, ସଭାପତି ଗୋକୁଳ ମାଝୀ, ଯୁଗଳ କିଶୋର ରଣା, କ୍ଷେତ୍ରମୋହନ ରଣା, ହନୁମାନ ଦାସ, ପ୍ରଦୀପ କୁମାର ଗହୀର(ସୁରୁ),ଆର୍‌ଏମ୍‌ସି ଷ୍ଟାଫ୍‌ ବନମାଳୀ ସୁନା, ସରପଞ୍ଚ ପ୍ରମୋଦ ସୁନା, ଅଧ୍ୟକ୍ଷତାରେ ଉଦ୍‌ଘାଟନ କରିଥିଲେ। ଏଥିରେ ପୂର୍ବତନ ସମିତି ସଭ୍ୟ ବିଦେଶୀ ଘିଭେଲା, ମଙ୍ଗଳୁ ଭୋଇ, ଶରତ ଚନ୍ଦ୍ର ପ୍ରଧାନ,ଚାଷୀ ନେତା ବିଜୟ କୁମାର ସାହୁ, ପ୍ରମୋଦ ପ୍ରଧାନ ପ୍ରମୁଖ ଚାଷୀମାନେ ଉପସ୍ଥିତ ଥିଲେ। ଆଜି ପ୍ରଥମ ଦିନରେ ହିଁ କର୍ଲାମୁଣ୍ଡା ଧାନମଣ୍ଡିରୁ ଲକ୍ଷ୍ମୀ ନାରାୟଣ ରାଇସ୍‌ ମିଲ୍‌ ଗଜବାହଲକୁ ୨୫୦ କ୍ୱିଣ୍ଟାଲ କ୍ରୟ ହୋଇଛି।

Dharitri – Odisha’s No.1 Odia Daily