ଓଡ଼ିଶାରେ ଟେକ୍ସଟାଇଲ ମିଲ ଖୋଲିଲେ ଦାଦନ ଦୁଃଖ ଦୂର ହେବ-ରାୟଗଡ଼ା ବିଧାୟକ

ରାୟଗଡ଼ା,୨୭/୯(ଆଶିଷ ରଞ୍ଜନ ପଣ୍ଡା)- ବ୍ରହ୍ମପୁର-ଉଧନା ଅମୃତ ଭାରତ ଟ୍ରେନ ସ୍ୱାଗତ ସମାରୋହରେ ରାୟଗଡ଼ା ରେଳ ଷ୍ଟେସନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଅମୃତ ଭାରତ ଟ୍ରେନକୁ ସ୍ୱାଗତ କରିଥିଲେ ବିଧାୟକ ଆପଲସ୍ୱାମୀ କାଡ୍ରାକା । ଏହି ଅବସରରେ ଉଦବୋଧନ ଦେଇ ଉକ୍ତ ଟ୍ରେନଟି ଓଡ଼ିଶାର ବ୍ରହ୍ମପୁର ଠାରୁ ଆରମ୍ଭ କରି ଆନ୍ଧ୍ରପ୍ରଦେଶ ରାଜ୍ୟ ଦେଇ ରାୟଗଡ଼ା, ଜେକେପୁର, ବିଷମକଟକ, ମୁନିଗୁଡ଼ା ସମେତ ପଡ଼ୋଶୀ କଳାହାଣ୍ଡି, ସମ୍ବଲପୁର ଓ ଅନ୍ୟ ଜିଲାରୁ ଗୁଜରାଟ ସୁରଟକୁ ଦାଦନ ଖଟିବାକୁ ଯାଉଥିବା ଲୋକେ ଏହାର ସୁବିଧା ଉଠାଇ ପାରିବେ । ତେବେ ବାହାର ରାଜ୍ୟକୁ ଲୋକେ ଦାଦନ ଖଟିବାକୁ ଯିବା ଅପେକ୍ଷା ଯଦି ଡବଲ ଇଞ୍ଜିନ ସରକାର ଓଡ଼ିଶାରେ ଏକ ଟେକ୍ସଟାଇଲ ମିଲ ଖୋଲିବେ ତେବେ ଯୁବପିଢ଼ି ଘର ପାଖରେ ରହି ଅର୍ଥ ଉପାର୍ଜନ କରିପାରିବେ ବୋଲି ବିଧାୟକ କାଡ୍ରାକା କହିଥିଲେ । ଏହା ସହିତ ତାମିଲନାଡ଼ୁ ଓ କେରଳ ରାଜ୍ୟକୁ ମଧ୍ୟ ନୂତନ ଟ୍ରେନ ରାୟଗଡ଼ା ଠାରୁ ଚଳାଚଳ ପାଇଁ ଦାବି କରିଛନ୍ତି ବିଧାୟକ କାଡ୍ରାକା । ଏତଦବ୍ୟତିତ ଗତ ଜାନୁଆରି ୬ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ରାୟଗଡ଼ା ରେଳ ଡିଭିଜନ ଶିଳାନ୍ୟାସ କରିଛନ୍ତି ହେଲେ ଡିଭିଜନ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି ବୋଲି କହିଛନ୍ତି ବିଧାୟକ କାଡ୍ରାକା । ତେ

Share