Categories: Home Leftଖେଳ

ନ୍ୟୁଜିଲାଣ୍ଡକୁ ଭଲ ଷ୍ଟାଟ୍‌ ଦେଲେ ଓପ୍‌ନର

ରାଞ୍ଚି,୨୭ା୧: ରାଞ୍ଚି ସ୍ଥିତ ଜେଏସ୍‌ସିଏ ଆନ୍ତର୍ଜାତୀୟ ଷ୍ଟାଡିୟମ କମ୍ପେକ୍ସରେ ଶୁକ୍ରବାର ଟି୨୦ ସିରିଜର ପ୍ରଥମ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଛି। ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଆମନ୍ତ୍ରଣ ପାଇ ନ୍ୟୁଜିଲାଣ୍ଡ ବ୍ୟାଟିଂ ଆରମ୍ଭ କରିଛି। ତେବେ ଓପ୍‌ନର ଫିନ୍‌ ଆଲେନ ଏବଂ ଡିଭୋନ କନ୍‌ଓ୍ବେ ଦଳକୁ ଭଲ ଷ୍ଟାଟ୍‌ ଦେଇଥିଲେ। ଫଳରେ ନ୍ୟୁଜିଲାଣ୍ଡ ୯ ଓଭର ବିନମୟରେ ୭୭ ରନ୍‌ କରି ୨ ଉଇକେଟ ହରାଇଛି। କନ୍‌ଓ୍ବେ ୨୭ ରନ୍‌ କରିଥିବା ବେଳେ ଗ୍ଲେନ୍‌ ଫିଲିପ୍ସ ୬ ରନ୍‌ କରି ଖେଳ ଜାରି ରଖିଛନ୍ତି।