Over the shoulder shot of an attractive young woman looking at her reflection in a mirror
ପିଆଜର ଅନେକ ଉପକାରୀ ଗୁଣ ରହିଛି। ଅଧିକାଂଶ ମାସକୁ ଥରେ ପାର୍ଲର ଯାଉଥିବା ବେଳେ ଅନେକ ବିୟ୍ୟୁଟି ଟିପ୍ସର ବ୍ୟବହାର କରିଥାନ୍ତି। ଯାହା ଅନେକାଂଶ ସମୟରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇଥାଏ। ମାତ୍ର ପିଆଜର ବ୍ୟବହାରରେ ତ୍ୱଚା ଉଜ୍ଜ୍ୱଳ ହେବା ସହ ସେପରି କିଛି ସମସ୍ୟା ଦେଖାଯାଇ ନ ଥାଏ। ଏଥିରେ ଭିଟାମିନ , ଆଣ୍ଟି – ଅକ୍ସିଡାଣ୍ଟ, ଆଣ୍ଟି ବ୍ୟାକ୍ଟରିଆଲ, ଆଣ୍ଟି ସେଫ୍ଟି, ଆଣ୍ଟି ଇମ୍ଫ୍ଲେମେଟାରୀ ଗୁଣ ରହିଛି, ଯାହା ତ୍ୱଚା ସମସ୍ୟାକୁ ଦୂର କରିଥାଏ।
ଏପରି କରିବେ ବ୍ୟବହାର:
ପିଆଜରୁ ରସ ବାହାର କରି ଚେହେରାରେ ଲଗାଇ ହାଲ୍କା ଭାବରେ ମାଲିସ କରନ୍ତୁ। ପରେ ୧୫ରୁ ୨୦ ମିନିଟ ପର୍ଯ୍ୟନ୍ତ ଛାଡିଦିଅନ୍ତୁ। ପରେ ଥଣ୍ଡାପାଣିରେ ମୁହଁ ଧୋଇ ଦିଅନ୍ତୁ । ଏପରି କିଛି ଦିନ କରିବା ପରେ ଆପଣ ସଫା ଦେଖାଯିବା ସହ ମୁହଁ ଉଜ୍ଜ୍ୱଳ ଦିଶିଥାଏ।
ବ୍ରଣ ସମସ୍ୟା ଥିଲେ ପିଆଜ ରସରେ କିଛି ଅଲିଭ ଅଏଲ ମିଶାଇ ଲଗାନ୍ତୁ। ଦେଖିବେ କିଛିଦିନ ପରେ ଏହି ସମସ୍ୟା ଦୂର ହୋଇଯିବ।
ତିଳ ଚିହ୍ନ ବା କଳାଯାଇ ମୁହଁରେ ହେଲେ ମୁହଁ ସୁନ୍ଦର ଲାଗୁଥିବା ବେଳେ ଅଧିକ ମାତ୍ରାରେ କଳାଯାଇ ଚିନ୍ତାର କାରଣ ହୋଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ଲାଗି ପିଆଜ ପେଷ୍ଟକୁ ତୁଳସୀ ପତ୍ର ସାହାଯ୍ୟରେ ମୁହଁରେ ଲଗାନ୍ତୁ। କିଛି ସମୟ ରଖି ଧୋଇ ଦିଅନ୍ତୁ ଦେଖିବେ ଏହି ସମସ୍ୟା ଦୂର ହୋଇଯିବ।