ନୂଆପଡ଼ା,୧୭।୧୦(ମକାରୁ ବେମଲ): ନୂଆପଡ଼ା ଉପ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ମାହୋଲ ସେତିକି ସରଗରମ ହେଉଛି। ବିଜେଡି ଆଜି ତାର ଷ୍ଟାର୍ ପ୍ରଚାରକ ତାଲିକା ଘୋଷଣା କରିଥିବା ବେଳେ କଂଗ୍ରେସ ମଧ୍ୟ ଷ୍ଟାର୍ ପ୍ରଚାରକ ତାଲିକା ଘୋଷଣା କରିଛି। ଏହି ୪୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକାରେ ଅଜୟ ଲଲ୍ଲୁ, ଭକ୍ତ ଦାସ, ରାମଚନ୍ଦ୍ର କାଡ଼ାମ ଅଛନ୍ତି।
ଅନ୍ୟପକ୍ଷେ ଭୁପେଶ ବଘେଲ, ସଚିନ ପାଇଲଟ, ରେବନ୍ତ ରେଡ୍ଡୀ ପ୍ରଚାର କରିବେ। ଏହାସହ କହ୍ନେୟା କୁମାର, ଅଲକା ଲାମ୍ବା, ନିରଞ୍ଜନ ପଟ୍ଟନାୟକ ପ୍ରଚାର କରିବେ। ଅନ୍ୟପକ୍ଷେ ନରସିଂହ ମିଶ୍ର, ତାରା ବାହିନୀପତି, ମନୋଜ ମିଶ୍ରଙ୍କୁ ବି ପ୍ରଚାର ଦାୟିତ୍ୱ ଦିଆଯାଇଛି।