ସରସ୍ବତୀ ପୂଜା କରିବାକୁ ବାଇକ୍‌ରେ ଯାଉଥିଲେ ୨ ଛାତ୍ର: ବାଟରେ ପିଟିଦେଲା ଅଜଣା ଗାଡ଼ି, ତା’ପରେ…

ସୋନପୁର,୨।୨: ସୁବର୍ଣ୍ଣପୁର ଜିଲା ମୁର୍ଶୁଣ୍ଡି ମେଟାକାନି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡ଼ି ବାଇକ୍‌କୁ ଧକ୍କାଦେଇ ଫେରାର ହୋଇଯାଇଥିବା ବେଳେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଦଶମ ଶ୍ରେଣୀ ଛାତ୍ର ଗୁରୁତର ହୋଇଛନ୍ତି। ଛାତ୍ରଦ୍ୱୟ ରଘୁନାଥ ଉଚ୍ଚ ବିଦ୍ୟାଳୟର ପଢୁଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ସ୍କୁଲ ହେଉଥିବା ସରସ୍ବତୀ ପୂଜାରେ ଯୋଗଦେବା ପାଇଁ ଛାତ୍ର ଦ୍ୱୟ ଏକ ବାଇକ୍‌ରେ ବିଦ୍ୟାଳୟକୁ ଆସିଥିଲେ। ସେତିକିବେଳେ ମୁର୍ଶୁଣ୍ଡି ମେଟାକାନି ଛକରେ ଏକ ଅଜଣା ଗାଡି ବାଇକ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ଛାତ୍ରଦ୍ୱୟ ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସିତ ଅବସ୍ଥାରେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେେ ଦଶମ ଶ୍ରେଣ ଛାତ୍ର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏନେଇ ଗାଁରେ ଶୋକର ଛାୟା ଖେଳିଯାଇଛି। ଖବର ପାଇ ବୀରମହାରାଜପୁର ଥାନା ପୋଲିସ ଘଟଣାର ତଦନ୍ତ କରୁଛି।