ଜଙ୍ଗଲକୁ ଶିକାର ପାଇଁ ଯାଇଥିଲେ, ଫୁଟିଗଲା ବନ୍ଧୁକ; ଜଣେ ଗୁରୁତର….

ଭଞ୍ଜନଗର,୨୯।୧୦(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଜୟମଙ୍ଗଳ ନିକଟସ୍ଥ ଜଙ୍ଗଲରେ ମଙ୍ଗଳବାର ରାତିରେ ଶିକାରୀ ଗୁଳି ଫୁଟି ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକଙ୍କୁ ଗ୍ରାମବାସୀ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ନିଆଯାଇଛି।
ଏନେଇ ଥାନା ଅଧିକାରୀ ଜିବନା ନନ୍ଦ ଜେନାଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ, ଘଟଣାର ତଦନ୍ତ ଚାଲିଛି। ଏନେଇ ଏକ ମାମଲା ରୁଜୁ ହୋଇଛି।

ସୂଚନା ଯୋଗ୍ୟ, ମଙ୍ଗଳବାର ରାତିରେ କିଛି ଯୁବକ ଜଙ୍ଗଲକୁ ଶିକାର କରିବାକୁ ଯାଇଥିଲେ। ଏହି ସମୟରେ ଶିକାର ବନ୍ଧୁକ ଫୁଟି ଯିବାରୁ ସେଠାରେ ଥିବା ଅନ୍ୟ ଜଣେ ଯୁବକ ଆହତ ହୋଇଛନ୍ତି। ଏନେଇ ବନ ବିଭାଗ ପାଖରେ କୌଣସି ସୂଚନା ନ ଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

Share