ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରରୁପର୍ଯ୍ୟଟକଙ୍କୁ ନେଇ ରବିବାର ଉତ୍ତର ଭାରତ ଅଭିମୁଖେ ଯାଉଥିବା ଏକ ବସ୍ ଧକ୍କାରେ ଜଣେ ଗୁରୁତର ହୋଇଛନ୍ତି। ସେ ହେଲେ ମୁଜାଗଡ଼ର ଗଙ୍ଗା ମୁଳି। ଆହତ ଗଙ୍ଗାଙ୍କୁ ଭଞ୍ଜନଗର ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ନିଆଯାଇଛି।
ଘଟଣାରୁ ପ୍ରକାଶ ଯେ, ଗଙ୍ଗା ରବିବାର ରାତି ୮ ଟା ରେ ଗ୍ରାମ ମୁଖ୍ୟ ରାସ୍ତାରେ ଚାଲି ଚାଲି ଯାଉଥିଲେ। ଏହି ସମୟରେ ଭଞ୍ଜନଗରରୁ ଯାଉଥିବା ପର୍ଯ୍ୟଟକ ବସଟି ଗଙ୍ଗାଙ୍କୁ ଧକ୍କା ଦେଇଥିଲା। ଏଥିରେ ସେ ଗୁରୁତର ହୋଇଛନ୍ତି।