ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣଙ୍କ ଜୀବନ ଗଲା: ତଦନ୍ତ ଆରମ୍ଭ

ପଟ୍ଟାଙ୍ଗି,୧୯।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଦେଓପଟ୍ଟାଙ୍ଗି ପଞ୍ଚାୟତ ଅଧିନସ୍ଥ ପାଟଖଣ୍ଡା ଦେବତା ନିକଟରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ ହୋଇଛି। ପୋଲିସ ଘଟଣାସ୍ଥଳେ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି ।
ସୂଚନା ମୁତାବକ, ଉକ୍ତ ପଞ୍ଚାୟତ ସଦର ମହକୁମାସ୍ଥିତ ବେଲନାୟକ ତଳସାହିର ପତି ଖରାଙ୍କ ପୁଅ ଯୋଗୀ ଖରା କୌଣସି ଏକ କାରଣ ପାଇଁ ପାଟଖଣ୍ଡା ଦେବତା ନିକଟକୁ ଯାଇଥିଲେ । ଏହି ସମୟରେ ଉକ୍ତ ସ୍ଥାନ ଦେଇ ଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ। ବେଳେ ମୃତ ଯୋଗୀଙ୍କ ୮୦ ଭାଗ ପୋଡ଼ି ହୋଇ ଯାଇଥିଲା।
ଅନ୍ୟପକ୍ଷରେ ଉକ୍ତ ଘଟଣାଠାରୁ କିଛି ଦୂରରେ ରହିଥିବା ଚାଷଜମିକୁ ଲୋକମାନେ କାମ କରିବାକୁ ଯାଉଥିବା ସମୟରେ ଏହିପରି ଦୃଶ୍ୟ ଦେଖି ପ୍ରଥମେ ଗ୍ରାମବାସୀ ଏବଂ ମୃତ ଯୁବକଙ୍କ ପରିବାରକୁ ଖବର ଜଣାଇଥିଲେ। ଖବର ପାଇ ଗ୍ରାମବାସୀ ଏବଂ ପରିବାରବର୍ଗ ଘଟଣାସ୍ଥଳେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ପୋଲିସକୁ ଖବର ଦେଇଥିଲେ। ପୋଲିସ ଖବର ପାଇ ଘଟଣାସ୍ଥଳେ ପହଞ୍ଚି ଘଟିଥିବା ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିବାବେଳେ ବିଦ୍ୟୁତ୍‌ ବିଭାଗ କନିଷ୍ଠ ଯନ୍ତ୍ରୀ ଅଶୋକ ଦୁଆରିଙ୍କ କହିବା ଅନୁସାରେ ଘଟଣା ଘଟିଥିବା ସ୍ଥାନରେ ବିଦ୍ୟୁତ୍‌ ସଂଯୋଗ ବା ତାର ଯାଇନାହିଁ କିନ୍ତୁ ଘଟଣାସ୍ଥଳେ କର୍ମଚାରୀ ପହଞ୍ଚିଛନ୍ତି ଅନୁଧ୍ୟାନ ଚାଲିଛି । ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣା ପଡିବ ବୋଲି ପ୍ରକାଶ କରିଛନ୍ତି ।

 

Dharitri – Odisha’s No.1 Odia Daily

 

Share