ପୁରୁଷୋତ୍ତମପୁର,୧୭।୯(ସୀମାଞ୍ଚଳ ମିଶ୍ର): ପ୍ରଧାନମନ୍ତ୍ରୀ ନରେଦ୍ର ମୋଦିଙ୍କ ଜନ୍ମଦିବସ ଅବସରରେ ମା’ କୁ ସମ୍ମାନ ଦେବା ଲକ୍ଷରେ ଏକ ପେଡ ମା’ କେ ନାମ କାର୍ଯ୍ୟକ୍ରମ ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ଆଇଆଇସି ରାଜେଶକୁମାର ନାୟକଙ୍କ ସଂଯୋଜନାରେ ବୁଧବାର ଜଗତର ମା ’ କୁହାଯାଉଥିବା ତାରାତାରିଣୀଙ୍କ ପିଠରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଏସଡିପିଓ ସୁଜିତକୁମାର ନାୟକ ଯୋଗଦେଇ ମା’ ଯେପରି ଆମକୁ ଜନ୍ମଦେଇ ଆମର ଯତ୍ନନେଇ ଲାଳନପାଳନକରି ବଡକରି ମଣିଷଟିଏ କରିଛି ଆମେ ମଧ୍ୟ ସେହି ମାକୁ ସମ୍ମାନ ଦେବାଲାଗି ଗଛଟିଏ ଲଗାଇ ତାକୁ ନିଜ ସନ୍ତାନ ଭଳି ଲାଳନପାଳନ କରିବା ଆବଶ୍ୟକତା ରହିଥିବା କହି ସଂକଳ୍ପ ନେବାକୁ ଆହ୍ବାନ ଦେଇ ଗଛ ଓ ମଣିଷ ଉଭୟ ଉଭୟଙ୍କ ପାଇଁ ପରିପୂରକ ବୋଲିକହି ଥିଲେ। ଏହି ଅବସରରେ ସମସ୍ତ ପୋଲିସ କର୍ମଚାରୀ ତାରାତାରିଣୀ ପାହାଡ ପାଦଦେଶରେ ଚାରାମାନ ରୋପଣକରିଥିଲେ। ଏହାକୁ ଥାନା ଏସ୍ଆଇ ସୁଶାନ୍ତ କୁମାର ମିଶ୍ର ଓ କର୍ମଚାରୀମାନେ ପରିଚାଳନା କରିଥିଲେ।